ନେହେରୁ ଓ ଇନ୍ଦିରା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ।
sumanta swain | 02 Oct 2026 | 4 min read | 39 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦ୍ୱୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଣ୍ଡିତ ଜବାହାରଲାଲ ନେହେରୁ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।ବଡପଡ଼ିଆ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଉଭୟ ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଧୂପ ଦୀପ ପ୍ରଦାନ କରାଯାଇ ଥିଲା ।
ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ସଭାରେ ଟ୍ରଷ୍ଟ ଉପଦେଷ୍ଟା ଶ୍ରୀ ନିରଞ୍ଜନ ନାୟକ, ନଗର କଂଗ୍ରେସ ସଭାପତି ଶ୍ରୀ କେଦାର ବିଶ୍ୱାଳ, ସରୋଜ ପ୍ରଧାନ, ପଦ୍ମଶଭୁତ ମହାନ୍ତି ,କୃପାସିନ୍ଧୁ ଦାସ, , ଚନ୍ଦ୍ର ଶେଖର ମହାପାତ୍ର, ଧରିତ୍ରୀ ସାମଲ, ପ୍ରେମଲତା ବାରିକ, ସ୍ନେହ ଲତା ମହାନ୍ତି, ପୁଷ୍ପା ଦାସ ପ୍ରମୁଖ ଯୋଗ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶ ପ୍ରତି ତାଙ୍କର ତ୍ୟାଗ ଓ ଅବଦାନ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

