ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ କମ୍ପୁଛି କ୍ୟାମ୍ପସ
News Prime Odisha | 09 Oct 2026 | 4 min read | 110 views
News Prime Odisha
ଭୁବନେଶ୍ୱର ( ଏନ. ପି.ଓ ) : ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ କମ୍ପୁଛି କ୍ୟାମ୍ପସ । ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଛାତ୍ର ସଂଗଠନ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିବା ବେଳେ, ଏବେ ସାମ୍ନାକୁ ଆସିଛି ଏକ ନୂଆ ଚେହେରା ।ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଗଠିତ "ଉତ୍କଳ ଏକତା ମୁଭମେଣ୍ଟ" ଆଜି ବିଶାଳ ଜନସମର୍ଥନ ଓ ଉତ୍ସାହ ମଧ୍ୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛି । "ନୋ ପାର୍ଟି ପଲିଟିକ୍ସ, ଓନ୍ଲି ଷ୍ଟୁଡେଣ୍ଟ ରାଇଟ୍ସ"— ଏହି ନାରା ଦେଇ ଆଗକୁ ବଢ଼ୁଥିବା ଏହି ସଂଗଠନ ଏବେ ଅନେକ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ।
ଅନ୍ୟପଟେ, ବିଭିନ୍ନ ଦଳୀୟ ଛାତ୍ର ସଂଗଠନରୁ ଅସନ୍ତୁଷ୍ଟ ଥିବା ନେତା ଓ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ମୁଭମେଣ୍ଟରେ ସାମିଲ ହେଉଛନ୍ତି । ଯାହାକୁ ନେଇ ଆଗାମୀ ନିର୍ବାଚନୀ ଅଙ୍କ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

