ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ

sumanta swain | 04 Nov 2026 | 4 min read | 10 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ନେହେରୁବଙ୍ଗଳା ସ୍ଥିତ ମାଛଧରା ବନ୍ଦରରେ ଜଣେ ୨୦ ବର୍ଷ ର ଜଣେ ମାନସିକ ଭିନ୍ନକ୍ଷମ ଯୁବକକୁ କେହି ଅତି ଅମାନୁଷିକ ଭାବେ ଆକ୍ରମଣ କରି ତାର ମୁଣ୍ଡ ଫଟାଇବା ସହ ଗୋଡ଼କୁ ଭାଙ୍ଗି ପକାଇଦେଇଥିଲା l ଦୁଇଦିନ ହେବ ଉକ୍ତ ଯୁବକ ଯନ୍ତ୍ରଣା ରେ ଛଟପଟ ହେଉଥିବା ଖବର ପାଇ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଏବଂ ତାଙ୍କ ଟିମ ବୁଧବାର ଦିନ ସକାଳେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଆହତ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି ତାର ଚିକିତ୍ସା ନିମନ୍ତେ ପୁରୀର କଣାସ ଠାରେ ଥିବା ନୀଳାଞ୍ଚଳ ସେବାଶ୍ରମ ରେ ଅବସ୍ଥାପିତ କରିଛନ୍ତି l ଏତସହିତ ଶ୍ରୀମତୀ ଆଚାର୍ଯ୍ୟ ବିଶ୍ଵାଳୀ ଓ କୁଜଙ୍ଗ ଅଞ୍ଚଳରୁ ସର୍ବମୋଟ ୭ ଅସହାୟ ମାନସିକ ଭିନ୍ନକ୍ଷମ ଙ୍କୁ ଉଦ୍ଧାର କରି କଣାସ ର ସେବାଶ୍ରମରେ ଛାଡିଛନ୍ତି l ତେବେ ନିଃସହାୟ ଏହି ଭିନ୍ନକ୍ଷମ ଙ୍କ ପାଇ ସାହା ଓ ଆଶାବାଡି ସାଜିଛନ୍ତି ସ୍ନେହମୟୀ ବୋଲି ସାଧାରଣରେ ଚର୍ଚ୍ଚା ହେବା ସହ ତାଙ୍କର ଏପରି ନିସ୍ଵାର୍ଥପର ସେବା କୁ ଉଚ୍ଚ ପ୍ରଶଂସା କରାଯାଉଛି l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...