ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ
sumanta swain | 03 Nov 2026 | 5 min read | 73 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ନଗରୀ ପାରାଦ୍ଵୀପ ରେ ଭୁଷୁଡି ପଡିଛି ଟ୍ରାଫିକ ବ୍ୟବସ୍ଥା । କଟକ -ଚଣ୍ଡିଖୋଲ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ଏହି ସଂକୀର୍ଣ୍ଣ ରାସ୍ତା କୁ ଅବରୋଧ କରି ରଖିଛନ୍ତି ଟ୍ରକ୍। ଫଳରେ ବିଭିନ୍ନ ଗଳି ଓ କଲୋନୀ ରୁ ମୁଖ୍ୟ ରାସ୍ତା କୁ ଆସୁଥିବା ଲୋକମାନେ ଉଭୟ ପଟରୁ ଆସୁଥିବା ଗାଡି ଦେଖିପାରୁ ନାହାଁନ୍ତି। ଯେଉଁଥିପାଇଁ ବାରମ୍ବାର ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ଆଜି ଅପରାହ୍ନ ରେ ଏକ ଟ୍ରକ୍ ଧକ୍କା ରେ ଉଦୟବିହାର କଲୋନୀ ର ନବଘନ ପରିଡାଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ କଲୋନୀ ବାସୀ କଟକ-ପାରାଦ୍ବୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା ଦୋଛକି ନିକଟରେ ଅବରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ରେ ସମ୍ପୁର୍ଣ୍ଣ ବିଫଳ ହୋଇଥିବା ବେଳେ ଖାଲି ଟ୍ରକ୍ ଗୁଡିକୁ ରାସ୍ତା କଡ଼ରେ ବିପଦପୂର୍ଣ୍ଣ ଭାବେ ରଖୁଥିବା ମାଲିକ ଓ ଡ୍ରାଇଭର ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି। ଫଳରେ ସାଧାରଣ ଲୋକଙ୍କ ଜୀବନ ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଅବରୋଧ ଯୋଗୁଁ ଉଭୟ ପଟରେ ସହ ସହ ଗାଡ଼ି ଅଟକି ରହିଛନ୍ତି । ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

