ପାରାଦୀପ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ବିରାଟ ଶୋଭାଯାତ୍ରା ସହ ଏବିଭିପି ପ୍ରାର୍ଥୀ ଙ୍କ ପ୍ରାର୍ଥୀପତ୍ର ଦାଖଲ
sumanta swain | 09 Oct 2026 | 6 min read | 127 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଆସନ୍ତା ଅକ୍ଟୋବର ୧୫ ତାରିଖ ଛାତ୍ର ସଂସଦ ନିର୍ବାଚନ ପାଇଁ ୯ ତାରିଖ ଶୁକ୍ରବାର ଦିନ ବିଭିନ୍ନ ମହ୍ୱବିଦ୍ୟାଳୟ ର ପ୍ରାର୍ଥୀପତ୍ର ଦାଖଲ କରିବାର ସମୟ ନିର୍ଦ୍ଧାର୍ଯ୍ୟ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ବିଭିନ୍ନ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମର୍ଥିତ ପ୍ରାର୍ଥୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ହନୁମାନ ମନ୍ଦିର ପାଖରୁ ବାହାରି ସହର ପରିକ୍ରମା କରି ପାରାଦୀପ ମହାବିଦ୍ୟାଳୟ ରେ ପହଞ୍ଚି ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ଏଥିରେ ଏବିଭିପି ପକ୍ଷରୁ ସଭାପତି ଭାବେ ରାକେଶ ବେଜ ଏବଂ ସମସ୍ତ ୨୪ ଗୋଟି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଯୁବ ବିଜେଡି ଦଳ ସମର୍ଥିତ ସଭାପତି ଭାବେ ଆଦିତ୍ୟ ପ୍ରସାଦ ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ସେହିପରି ଅନ୍ୟ ସମର୍ଥିତ ସଭାପତି ପ୍ରାର୍ଥୀ ପାଇଁ ଲକ୍ଷ୍ମୀପ୍ରିୟା ବାରିକ, ଶୁଭଲକ୍ଷ୍ମୀ ଦାସ ଓ ତ୍ରିଶୀଳା ରାଉତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ତେବେ ଆଜିର ଏବିଭିପି ସମର୍ଥିତ ପ୍ରାର୍ଥୀ ମାନଙ୍କ ଶୋଭାଯାତ୍ରା ରେ ପ୍ରାୟ ୩ ଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନିଜ ପ୍ରାଥୀଙ୍କ ସପକ୍ଷରେ ସ୍ଲୋଗାନ ଦେଇ ବାଇକ ରାଲିରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଶେଷ ମୁହୂର୍ତ୍ତ ରେ ଅନ୍ୟ ପ୍ରାର୍ଥୀ ମାନେ ଅଳ୍ପ କିଛି ସମର୍ଥକ ଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ତେବେ ଏହି ଶକ୍ତି ପ୍ରଦର୍ଶନ ରୁ ଏବିଭିପି ସମର୍ଥିତ ପ୍ରାର୍ଥୀ ମାନଙ୍କ ପଲ୍ଲା ଭାରି ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

