ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ
sumanta swain | 03 Nov 2026 | 5 min read | 50 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ଇଣ୍ଡୋର ଷ୍ଟାଡିୟମ ଠାରେ ତିନିଦିନ ଧରି ଚାଲିଥିବା ତୃତୀୟ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ସୋମବାର ସନ୍ଧ୍ୟାରେ ସଫଳତାର ସହ ଉଦଯାପିତ ହୋଇଯାଇଛି l ଏହି କ୍ରୀଡା ପ୍ରତିଯୋଗିତା କୁ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗତ ୩୧ ତାରିଖରେ ଉଦଘାଟନ କରିଥିଲେ l ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ୨୧ ଟି ଜିଲ୍ଲାର ୨୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଏଥିରେ ଦଳଗତ ଭାବେ ସବ୍-ଜୁନିଅର ବର୍ଗରେ ବାଲେଶ୍ୱର ଦଳ ଚମ୍ପିୟନ, ଯୁବ ବର୍ଗରେ ସମ୍ବଲପୁର ଏବଂ ବରିଷ୍ଠ ବର୍ଗରେ ଜଗତସିଂହପୁର ଦଳ ଚମ୍ପିୟନ ହୋଇଥିଲେ l ଉଦଯାପନୀ ସମାରୋହରେ ଇଫକୋ ପାରାଦୀପ ୟୁନିଟ ମୁଖ୍ୟ ଅନିରୁଦ୍ଧ ବିକ୍ରମ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ଇଫକୋ ଡିଜିଏମ ବିଜୟ କୁମାର ପରିଡା, ଏଏମଏନଏସ ଓଡିଶା ପରିଚାଳନା ମୁଖ୍ୟ ୟୁ.ଏସ.ଆର ରାଜୁ,ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା,ମନ୍ତ୍ରୀଙ୍କ ପାରାଦୀପ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ ଏବଂ ପାରିଷଦ ସୁବ୍ରତ ପ୍ରଧାନ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ତେବେ ଏହି ପ୍ରତିଯୋଗିତାର ସଫଳତା ପାଇଁ ଆସୋସିଏସନ ର ସେକ୍ରେଟାରୀ ଜେନେରାଲ ଲୋପାମୁଦ୍ରା ପତି ସମସ୍ତ ଜିଲ୍ଲା ପ୍ରଶାସନ, ସହଯୋଗୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

