ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା।

sumanta swain | 03 Nov 2026 | 9 min read | 70 views

pozecon
News Prime Odisha
ନବରଙ୍ଗପୁର ( ଏନ. ପି.ଓ ) : ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ କାରବାରକୁ ନେଇ ତେଜିଲା ଅସନ୍ତୋଷ। ମଦ ବିକ୍ରି ଓ ପ୍ରସ୍ତୁତି ସମ୍ପୂର୍ଣ୍ଣ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ହାତରେ ଠେଙ୍ଗାବାଡ଼ି ଧରି ରାସ୍ତାକୁ ଓହ୍ଲାଇଲେ ମହିଳାମାନେ। ଅନ୍ୟପଟେ ମଦ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବେଆଇନ ମଦ କାରବାର ବନ୍ଦ ପାଇଁ ଦାବି ଉଠାଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଏପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉରେ ନଷ୍ଟ ହୋଇଛି ୧୫ ହଜାର ଲିଟରରୁ ଅଧିକ ମହୁଲ ପୋଚ ଏବଂ ୩ ହଜାର ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ। ତେବେ ପ୍ରଶ୍ନ ଉଠୁଛି, ଚଢ଼ାଉ ପରେ ବେଆଇନ ମଦ କାରବାର ଉପରେ ଲାଗିବ କି ସ୍ଥାୟୀ ରୋକ୍? ଗ୍ରାମାଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଏବଂ ସାମାଜିକ ବିଶୃଙ୍ଖଳା ବଢ଼ୁଥିବା ଅଭିଯୋଗ ହୋଇଆସୁଛି। ଏହାର ପ୍ରତିବାଦରେ ସୋମବାର ଶତାଧିକ ମହିଳା ଏକାଠି ହୋଇ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ହାତରେ ଠେଙ୍ଗାବାଡ଼ି ଧରି ମଦ ବିରୋଧୀ ନାରାବାଜି କରିବା ସହ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ବନ୍ଦ ପାଇଁ ଦାବି କରିଥିଲେ। କେବଳ ଚଢ଼ାଉ କରି ମଦ ନଷ୍ଟ କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ। ବରଂ ବେଆଇନ ମଦ ଭାଟି ଓ ବିକ୍ରୟ ସ୍ଥଳୀ ଉପରେ ନିୟମିତ ନଜର ରଖିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ମହିଳା। ଏହି ପ୍ରସଙ୍ଗରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମଧ୍ୟ ନିଜର ମତ ରଖିଛନ୍ତି। ବେଆଇନ ମଦ କାରବାର ବନ୍ଦ କରିବା ସହ ମଦ ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ସେ ଦାବି ଜଣାଇଛନ୍ତି। ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ଓ ପୋଲିସ ବିଭାଗର ମିଳିତ ଟିମ୍ ଉମରକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ୧୫ ହଜାର ଲିଟରରୁ ଅଧିକ ମହୁଲ ପୋଚ ଓ ୩ ହଜାର ଲିଟରରୁ ଅଧିକ ଦେଶୀ ମଦ ନଷ୍ଟ କରାଯିବା ସହ ବେଆଇନ ମଦ ଭାଟିଗୁଡ଼ିକୁ ଧ୍ୱଂସ କରାଯାଇଛି।
ତେବେ ମହିଳାଙ୍କ ଏହି ଆନ୍ଦୋଳନ ଓ ପ୍ରଶାସନର ଚଢ଼ାଉ ପରେ ଜିଲ୍ଲାରେ ବେଆଇନ ମଦ କାରବାର କେତେଦୂର ନିୟନ୍ତ୍ରଣକୁ ଆସୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ମଦ ବିରୋଧୀ ଅଭିଯାନ କେବଳ ଚଢ଼ାଉରେ ସୀମିତ ନରହି ଏକ ସ୍ଥାୟୀ ସମାଧାନର ରୂପ ନେବାକୁ ଜିଲ୍ଲାବାସୀଙ୍କ ମଧ୍ୟରେ ଦାବି ଜୋର ଧରିଛି।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...