ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ବିଜେପିର ୭ ସୂତ୍ରୀ ଜନସମ୍ପର୍କ ଯାତ୍ରା । ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ନାରାରେ ଲୋକଙ୍କୁ ସଚେତନ କରିବ ଦଳ

sumanta swain | 26 Oct 2026 | 7 min read | 121 views

pozecon
News Prime Odisha
ଉମରକୋଟ ( ଏନ. ପି.ଓ ) : ଉମରକୋଟ ବିଜେପି କାର୍ଯ୍ୟାଳୟରେ ସୋମବାର ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ୭ ସୂତ୍ରୀ ଜନସମ୍ପର୍କ ଯାତ୍ରା ସମ୍ପର୍କରେ ସୂଚନା ଦିଆଯାଇଛି । ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ନାରାରେ ଦେଶବ୍ୟାପୀ ଏହି ପଦଯାତ୍ରା ମାଧ୍ୟମରେ ଯୁବଶକ୍ତି, ସାଧାରଣ ନାଗରିକ, ମହିଳା ଓ ବୁଦ୍ଧିଜୀବୀଙ୍କ ନିକଟରେ ପହଞ୍ଚିବାକୁ ଦଳ ଲକ୍ଷ୍ୟ ରଖିଥିବା କୁହାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଦେଶ ଓ ରାଜ୍ୟରେ କେତେକ ଅଣଛାତ୍ର ଗୋଷ୍ଠୀ ଓ ବିରୋଧୀ ଦଳ ନକାରାତ୍ମକ ପ୍ରଚାର ଓ ଆନ୍ଦୋଳନ ମାଧ୍ୟମରେ ଯୁବପିଢ଼ି ଓ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏଭଳି ପରିସ୍ଥିତି ବିରୋଧରେ ଲୋକଙ୍କୁ ସଚେତନ କରିବା ସହ ଦଳର ୭ ସୂତ୍ରୀ ଚିଠା ଜନସାଧାରଣଙ୍କ ନିକଟରେ ରଖାଯିବ ବୋଲି ଦଳୀୟ ନେତାମାନେ କହିଥିଲେ ।

ଏହି ଯାତ୍ରା ମାଧ୍ୟମରେ ଅରାଜକତା, ହିଂସା ଓ ବିଭ୍ରାନ୍ତିକର ପ୍ରଚାରରୁ ଦୂରେଇ ରହି ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସଚେତନ ହେବାକୁ ଲୋକଙ୍କୁ ଆହ୍ୱାନ ଦିଆଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଏମାର୍ଜେନ୍ସି ସମୟରେ ଦେଶରେ ଗଣତନ୍ତ୍ରର ସ୍ଥିତି କ’ଣ ଥିଲା, ତାହା ଲୋକେ ଜାଣନ୍ତି। ବିରୋଧୀଙ୍କ ପ୍ରତ୍ୟେକ ରାଜନୈତିକ ଚାଲ୍‌ର ଉଚିତ ଜବାବ ଦିଆଯିବ । ରାଜ୍ୟବାସୀଙ୍କୁ ଜାଗ୍ରତ କରିବା ସହ ସରକାର କଥା ଅପେକ୍ଷା କାମରେ ବିଶ୍ୱାସ କରେ ବୋଲି ସେ କହିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାସ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଓ ଝରିଗାଁ ବିଧାୟକ ନରସିଂହ ଭତରା ପ୍ରମୁଖ ଉପସ୍ଥିତ ଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...