ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ପାରାଦୀପ କଲେଜରେ ଏବିଭିପି ର ବୃହତ ବିଜୟ : ସଭାପତି ଭାବେ ରାକେଶ ବେଜ ବିଜୟୀ

sumanta swain | 15 Oct 2026 | 6 min read | 195 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଥିବା ବେଳେ ପାରାଦୀପ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନ ଗୁରୁବାର ଦିନ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ସଭାପତି ପ୍ରାର୍ଥୀ ରାକେଶ ବେଜ ନିର୍ବାଚିତ ହୋଇଥିବା ବେଳେ ଉପସଭାନେତ୍ରୀ ଭାବେ ବିଜୁନା ରେଡି,ସାଧାରଣ ସମ୍ପାଦିକା ଭାବେ ଜୁଲି ସାହୁ,ସହ-ସାଧାରଣ ସମ୍ପାଦିକା ଋତୁପୂର୍ଣ୍ଣା ସ୍ୱାଇଁ,ଆଥଲେଟିକ ସେକ୍ରେଟାରୀ ସୌମ୍ୟ ରଞ୍ଜନ ତରାଇ,ଏସଏସଜି ସେକ୍ରେଟାରୀ ଲିଜା ଦାସ,ଗାର୍ଲ୍ସ କମନ ରୁମ ସେକ୍ରେଟାରୀ ସ୍ୱୟମ ପ୍ରଭା ପାତ୍ର,ଗାର୍ଲ୍ସ ରିପ୍ରେଜେଣ୍ଟେଟିଭ ପ୍ରିୟମ୍ବଦା ବାରିକ ବିଜୟୀ ହୋଇଥିବା ବେଳେ ଡ୍ରାମାଟିକ ସେକ୍ରେଟାରୀ ଭାବେ ମାତ୍ର ଗୋଟିଏ ପୋଷ୍ଟରେ ସ୍ୱାଧୀନ ପ୍ରାର୍ଥୀନୀ ରୋଜାଲିନ ସାହୁ ବିଜୟୀ ହୋଇଛନ୍ତି l
ସୂଚନାଥାଉକି ପ୍ରାର୍ଥୀପତ୍ର ଯାଞ୍ଚ ପରେ ୨୩ ରୁ ୧୪ ଜଣ ଏବିଭିପି ପ୍ରାର୍ଥୀ ମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ଏବଂ ବାକି ୯ ଟି ପୋଷ୍ଟ ପାଇଁ ଏହି ନିର୍ବାଚନ ହେଉଥିଲା ଯେଉଁଥିରେ ଏବିଭିପି ର ପ୍ରାୟ ସମସ୍ତ ପ୍ରାର୍ଥୀ ଜୟଯୁକ୍ତ ହୋଇଥିଲେ l
ଅନ୍ୟପକ୍ଷରେ ସ୍ୱାଧୀନ ସଭାପତି ପ୍ରାର୍ଥୀ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ମାନେ ତୃତୀୟ ସ୍ଥାନରେ ରହିଛନ୍ତି l ତେବେ ଏବିଭିପି ର ଏହି ବିଜୟ ପାରାଦୀପ ମହାବିଦ୍ୟାଳୟରେ ଇତିହାସର ପୁନରାବୃତ୍ତି କରିଛି l ୧୯୯୭/୯୮ ମସିହାରେ ପାରାଦୀପ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ର ପ୍ରାର୍ଥୀ ମାନେ ବିଜୟୀ ହୋଇ ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...