ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

କୁଜଙ୍ଗ କଲେଜ ର ନିର୍ବାଚନରେ ବିସିଜେଡି ର ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ବିଜେଡି ନେତା ସନ୍ତୋଷ ପଟ୍ଟନାୟକ ଙ୍କ ଅଭିନନ୍ଦନ

sumanta swain | 19 Oct 2026 | 5 min read | 128 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଗତ ଛାତ୍ର ସଂସଦ ନିର୍ବାଚନରେ କୁଜଙ୍ଗ କଲେଜରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥିତ ସମସ୍ତ ପ୍ୟାନେଲରେ ବିଜୟୀ ହୋଇ ନିଜର ଦବଦବା ଜାହିର କରିଛି । ଏହି ବିଜୟ ପରେ ବିଜୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି। କଲେଜରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସମାପନ ପରେ ସମସ୍ତ ବିଜୟୀ ପ୍ରାର୍ଥୀ ବିଜେଡିର ରାଜ୍ୟ ସମ୍ପାଦକ ତଥା ପାରାଦ୍ବୀପର ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ଙ୍କୁ ସାକ୍ଷାତ କରି ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି l ଛାତ୍ର ସଂସଦ ନିର୍ବାଚନରେ ସମସ୍ତ ପ୍ୟାନେଲ ର ବିଜୟ ପରେ ବିସିଜେଡି ଶିବିରରେ ନୂଆ ଉତ୍ସାହ ସୃଷ୍ଟି କରିଥିବା ବେଳେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ କଲେଜର ବିକାଶ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନକୁ ନିଜର ପ୍ରାଥମିକତା ଦେବେ ବୋଲି କହିଛନ୍ତି I କୁଜଙ୍ଗ କଲେଜରେ ବିସିଜେଡିର ଏହି ବିଜୟ ଛାତ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି l ତେବେ ଏହି ବିଜୟ ପାଇଁ ସମସ୍ତ ଶ୍ରେୟ ବିଜେଡି ନେତା ସନ୍ତୋଷ ପଟ୍ଟନାୟକ ଏବଂ ତାଙ୍କ ଭାଇ ଟୁଟୁ ପଟ୍ଟନାୟକ ଙ୍କର ବୋଲି ସମସ୍ତ ବିସିଜେଡି ଛାତ୍ରନେତା ମାନେ ଅବିହିତ କରିବା ସହ ତାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...