ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ।

sumanta swain | 03 Nov 2026 | 5 min read | 125 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଆଇଓସିଏଲ କର୍ତ୍ତୃପକ୍ଷ ଓ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ। ଆଇଓସିଏଲ କର୍ତ୍ତୃପକ୍ଷ ବାରମ୍ବାର ଶ୍ରମିକ ମାନଙ୍କ ସ୍ୱାର୍ଥ କୁ ଅଣଦେଖା କରୁଛନ୍ତି। ଠିକାଦାର ଙ୍କ ଅଧିନରେ କାମ କରୁଥିବା ଏହି ଶ୍ରମିକ ମାନେ ଠିକାଦାର ବଦଳିଲେ ସେମାନଙ୍କୁ କାମ ମିଳୁନାହିଁ। ମଜୁରୀ ବୃଦ୍ଧି ରେ ମଧ୍ୟ ତାଳମେଳ ରହୁନାହିଁ, ଯାହାକୁ ବିରୋଧ କରି ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଦରମା ବୃଦ୍ଧି ପାଇଁ ଦାବି କରାଯାଉଥିଲା। ଏହି ସମୟରେ ଏଫସିଆଇ ୟୁନିଅନ ଆନ୍ଦୋଳନ କୁ ଓହ୍ଲାଇବା ସହିତ ପୂର୍ବ ବର୍ଦ୍ଧିତ ୮୮ ଥିବା ବେଳେ ଏହି ସେଟେଲମେଣ୍ଟରେ ୧୩୨ ଟଙ୍କା କରାଯାଇଥିଲା। ମାତ୍ର ଆଜି ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଆଇଓସିଏଲ କତ୍ତୃପକ୍ଷ ଙ୍କ ସହିତ ଆଲୋଚନା କରାଯିବା ସହିତ ବର୍ଦ୍ଧିତ ଦରମା ପ୍ରାୟ ୧୮୦ କରିବା ପାଇଁ ଦାବି କରାଯାଇଛି। ପୂର୍ବ ୟୁନିଅନ ଏତେ କମ୍ ଟଙ୍କା ବୃଦ୍ଧି କରାଇ ସେଟେଲମେଣ୍ଟ କରିବା ହାସ୍ୟାସ୍ପଦ ବୋଲି ସଙ୍ଘ ପ୍ରକାଶ କରିଛ। ଯଦି ତୁରନ୍ତ ପୂର୍ବ ବର୍ଷ ଗୁଡ଼ିକ ରେ ଯେଉଁ ଆଧାର ରେ ବୃଦ୍ଧି କରାଯାଉ ଥିଲା, ତାହା କରା ନଯାଏ, ତେବେ ଆନ୍ଦୋଳନ କରାଯିବ ବୋଲି ସଂଘ ର ସଭାପତି ବାପି ସର୍ଖେଲ ଚେତାବନୀ ଦେଇଛନ୍ତି।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...