ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ପାରାଦୀପ ରେ ବିଜେଡି ର 'ଜନସମ୍ପର୍କ ପଦଯାତ୍ରା : ପୌରାଧ୍ୟକ୍ଷ ଓ ସଭାପତି ଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ବିପୁଳ ସମର୍ଥନ

sumanta swain | 02 Oct 2026 | 8 min read | 29 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ବିଜୁ ଜନତା ଦଳ (ବିଜେଡି) ର ରାଜ୍ୟ ସଭାପତି ନବୀନ ପଟନାୟକ ଙ୍କ ଆହ୍ୱାନ କ୍ରମେ ପାରାଦୀପ ବିଜେଡି ପକ୍ଷରୁ ନଗର ସଭାପତି କୁମରବର ନାୟକ ଓ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ପବିତ୍ର ଗାନ୍ଧୀ ଜୟନ୍ତୀରେ ଅଠରବାଙ୍କି ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ୩ ନମ୍ବର ୱାର୍ଡ ଲକପଡା ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହାପରେ ଅଠରବାଙ୍କି ଠାରୁ ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇ ଏଡିଏମ ଅଫିସ ସମ୍ମୁଖସ୍ଥ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଥିଲା l ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା l ଏହି ସଭାରେ ଅତୀତରେ ନବୀନ ପଟନାୟକ ଙ୍କ ସୁଶାସନ ବିଷୟରେ ଜନସାଧାରଣ ମାନଙ୍କୁ ଅବଗତ କରାଯିବା ସହ ନର୍ତ୍ତମାନ ର ବିଜେପି ସରକାର ର ଜନସ୍ୱାର୍ଥ ବିରୋଧୀ ନୀତି ଓ ନିର୍ବାଚନ ସମୟରେ ଦେଇଥିବା ମିଥ୍ୟା ପ୍ରତିଶୃତି କୁ କଟୁ ଭାଷାରେ ସମାଲୋଚନା କରାଯିବା ସହିତ ବିଜୁ ଜନତା ଦଳକୁ ପୁନର୍ବାର କ୍ଷମତାସିନ କରିବା ନିମନ୍ତେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଥିଲା l ତେବେ ଏହି କାର୍ଯ୍ୟକ୍ରମରେ ନଗର ସଭାପତି କୁମରବର ନାୟକ ଓ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ଦୃଢ଼ ନେତୃତ୍ୱ ପ୍ରତି କର୍ମୀ ମାନଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳିଥିଲା l ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ପାରାଦୀପ ନଗର ବିଜେଡି ର ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଚିନ୍ମୟ କୁମାର ପରିଡା, ଚିତ୍ତ ରଞ୍ଜନ ରାଉତରାୟ, ଜଗନ୍ନାଥ ରାଓ, ଯୁବ ସଭାପତି ଆଲୋକ କୁମାର ମହାପାତ୍ର, ପାରିଷଦ ଅଜିତ କୁମାର ଷଢଙ୍ଗୀ, ନବକୁମାର ବେହେରା, ସୁଶାନ୍ତ ଦାସ, କବିତା ସାହୁ, ସ୍ୱପ୍ନାରାଣୀ ଜେନା, ପ୍ରଭାତୀ ସରୋଜିନୀ ସାହୁ, ରୁନୁ ପରିଡା, ଯୁବନେତା ରଶ୍ମି ରଞ୍ଜନ ପରିଡା, ନାରୀନେତ୍ରୀ ଚପଳା ସ୍ୱାଇଁ, ନଳିନୀ ପ୍ରଭା ସାହୁ, ରେଖା ପରିଜା, ଲିତା ବିଶ୍ୱାଳ, ଭାରତୀ ସାମନ୍ତରାୟ, ପ୍ରମିଳା ସାସମଲ ଙ୍କ ସମେତ ସମସ୍ତ ୧୯ ଟି ୱାର୍ଡର ଆଗଧାଡିର କର୍ମୀ ଓ ନେତୃସ୍ଥାନୀୟ ବ୍ୟକ୍ତି ମାନେ ସାମିଲ ହୋଇଥିଲେ l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...