ପାରାଦ୍ବୀପରେ ଓଡିଶା ବନ୍ଦ୍ ର ଆଂଶିକ ପ୍ରଭାବ
News Prime Odisha | 08 Oct 2026 | 7 min read | 112 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଙ୍କ ଇସ୍ତଫା, ଏମ୍ ଏମ୍ ଡି ଆର ବିଲ୍ ପ୍ରତ୍ୟାହାର, ପାଠ୍ୟପୁସ୍ତକ ରେ ତ୍ରୁଟି କୁ ନେଇ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କୁ ନେଇ କଂଗ୍ରେସ ର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ର ଆଂଶିକ ପ୍ରଭାବ ବନ୍ଦର ନଗରୀ ପାରାଦ୍ଵୀପ ରେ ପଡ଼ିଛି । ବସ୍ ଓ ଟ୍ରକ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ କଂଗ୍ରେସ କର୍ମୀ ମାନେ ପିକେଟିଂ କରି କେତେକ ଘରୋଇ, ସରକାରୀ ସ୍କୁଲ ଓ ପାରାଦ୍ୱୀପ ମାର୍କେଟ, ଅଠରବାଙ୍କି ମାର୍କେଟ ରେ ଦୋକାନ ବଜାର ବନ୍ଦ କରାଇଛନ୍ତି । ଏହି ବନ୍ଦ ପାଳନ କୁ ସିପିଆଇ , ସିପିଆଇ ଏମ୍ ସମର୍ଥନ କରିଥିବାରୁ ଉଭୟ ଦଳର କର୍ମୀଙ୍କୁ ମଧ୍ୟ ପିକେଟିଂ ରେ ଦେଖିବାକୁ ମିଳିଛି । ସମ୍ବିଧାନର କୁ ସୁରକ୍ଷା ଦେବା ବଦଳରେ ଦେଶର ମୁଖ୍ୟ ନିର୍ବାଚନ କମିଶନ ଏହାକୁ ଜଳାଞ୍ଜଳି ଦେଇଛନ୍ତି । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ରେ କୋଟି କୋଟି ଲୋକଙ୍କ ସାମ୍ବିଧାନିକ ଭୋଟ ଦେବା ଅଧିକାର କୁ ନିର୍ବାଚନ କମିଶନ ଛଡ଼ାଇ ନେଇଛନ୍ତି । ଏହା ଛଡା ଏମ ଏମ୍ ଡି ଆର ବିଲ୍ ଜରିଆରେ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ କୁ କେନ୍ଦ୍ର ସରକାର ସିଧାସଳଖ ପୁଞ୍ଜିପତି ଙ୍କ ହାତକୁ ଟେକି ଦେଇଛନ୍ତି । ସେହିପରି ରାଜ୍ୟ ସରକାର ରାଜ୍ୟର ଭବିଷ୍ୟତ କୁହାଯାଉଥିବା ଛୋଟ ପିଲାମାନଙ୍କ ପାଠ୍ୟ ପୁସ୍ତକ ରେ ଗୁରୁତର ତୃଟିପୂର୍ଣ୍ଣ ପୁସ୍ତକ ପ୍ରକାଶ କରି ସେମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି । ଯାହାକୁ ବିରୋଧ କରି କଂଗ୍ରେସ ଏହି ବନ୍ଦ ଡାକରା ଦେଇଥିବା ବେଳେ ଏହି ବନ୍ଦ ରେ ୯ ଟି ରାଜନୈତିକ ଦଳ ସାମିଲ ହୋଇଛି । ଯେ ପର୍ଯ୍ୟନ୍ତ ଏମ୍ ଏମ୍ ଡି ଆର ବିଲ୍ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଇଛନ୍ତି ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

