ବିଜେପିର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
News Prime Odisha | 20 Sep 2026 | 6 min read | 43 views
News Prime Odisha
ତିର୍ତ୍ତୋଲ ( ଏନ. ପି.ଓ ) : ବିଜେପିର ଜିଲ୍ଲା ସ୍ତରୀୟକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ତିର୍ତ୍ତୋଲ ବ୍ଲକ ଏକ ଘରୋଇ ମଣ୍ଡପରେ ବିଜେପିର ଏହି କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ପାରାଦ୍ୱୀପ ର ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜିଲ୍ଲା ସଭାପତି ପ୍ରତାପ ମିଶ୍ର, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଏରସମା-ବାଲିକୁଦା ର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦିକା ପୁର୍ଣିମା ରାଉତ, ଜିଲ୍ଲାର ପୂର୍ବତନ ସଭାପତି ସତ୍ୟବ୍ରତ ମହାପାତ୍ର ସହ ଜିଲ୍ଲା ଏବଂ ବ୍ଲକର ବିଭିନ୍ନ ପଦାଧିକାରୀ ମାନେ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଚିନ୍ତା ଧାରା ଏବଂ ଜନ ମଙ୍ଗଳକାରୀ ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସଂଗଠନ କୁ ମଜଭୁତ କରିବା, ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ପ୍ରସ୍ତାବ, ବିରୋଧୀଙ୍କୁ ନିନ୍ଦା ପ୍ରସ୍ତାବ ଦେଵା ସହ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳକୁ ମଜଭୁତ କରି ଭାରତୀୟ ଜନତା ପାର୍ଟିର ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଏହି ବୈଠକ ରେ ଆଲୋଚନା କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦିକା ପୁର୍ଣିମା ରାଉତ ମତ ରଖିଥିବା ବେଳେ ତୃଣ ମୂଳ ସ୍ତରରେ ଭାରତୀୟ ଜନତା ପାର୍ଟିକୁ ପହଞ୍ଚାଇବା, ଲୋକଙ୍କ ସମସ୍ୟା ବୁଝିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ କୁ ଆମେ କିଭଳି ପୁରଣ କରାଯିବ ସେ ନେଇ ଆଲୋଚନା କରାଯାଇଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ କହିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

