ଲଗାଣ ବର୍ଷା ଯୋଗୁ ଜଳ ବନ୍ଦୀ ରେ ରହିଛନ୍ତି ତିନି ପରିବାର
News Prime Odisha | 27 Sep 2026 | 4 min read | 61 views
News Prime Odisha
ତିର୍ତ୍ତୋଲ ( ଏନ. ପି.ଓ ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଁଅରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ସଁଅରା ଗ୍ରାମର ୫ ନମ୍ବର ୱାର୍ଡର ୨୦ ରୁ ୨୫ ପରିବାର ବହୁତ ଦୁର୍ଦ୍ଦିନ ଅବସ୍ଥାରେ ଅଛନ୍ତି । ଘରେ ଛୋଟ ଛୁଆ ଗର୍ଭବତୀ ମହିଳା ବି ଅଛନ୍ତି । କିନ୍ତୁ ଏହି ଦୁର୍ଦ୍ଦିନ ସମୟରେ ନା ସ୍ଥାନୀୟ ସରପଞ୍ଚ କି ପ୍ରଶାସନ ଅଧିକାରୀ କାହାରି ଦେଖା ନାହିଁ । ପୂର୍ବ ୨୪ ବର୍ଷର ସରକାର ଏବଂ ବର୍ତ୍ତମାନ ର ନୂଆ ସରକାର ଡିଙ୍ଗୁରା ପିଟୁଛନ୍ତି ପ୍ରତେକ ପରିବାର କୁ ପକା ଘର ପ୍ରଦାନ କରା ଯାଇଛି ଏବଂ ଆହୁରି ପରିବାର କୁ ଘର ପ୍ରଦାନ କରାଯିବ। ହେଲେ କୋଉ ଅବସ୍ଥାରେ ଅଛନ୍ତି ଏହି ତିନି ଗୋଟି ପରିବାର । ବିଶେଷ କରି ଏହି ତିନି ପରିବାର ସରକାରଙ୍କ ତରଫରୁ ଦିଆ ଯାଉଥିବା ଆବାସ ଯୋଜନା ରୁ ସବୁ ବେଳେ ବଞ୍ଚିତ ହେଉଛନ୍ତି । ସତେ ଯେମିତି ପ୍ରଶାସନ ଆଖିରେ କଳା ପଟି ବାନ୍ଧି ଦିଆ ଯାଉଛି ଏମାନଙ୍କ ଉପରେ ପ୍ରଶାସନର ଦିନେ ହେଲେ ନଜର ପଡୁନାହିଁ । କିନ୍ତୁ ଦେବ ଦୂତ ପରି ଆସି ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ କିଛି ଯୁବ ସମାଜ ସେବୀ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

