ଲଘୁଚାପ ପ୍ରଭାବରେ କୂଳ ଲଙ୍ଘୁଛି ଶିଆଳି
News Prime Odisha | 24 Sep 2026 | 8 min read | 46 views
News Prime Odisha
ଏରସମା ( ଏନ. ପି.ଓ ) : ଲଘୁଚାପ ପ୍ରଭାବରେ କୂଳ ଲଙ୍ଘୁଛି ଶିଆଳି । ସମୁଦ୍ରକୂଳରେ ପୁଲିସ ମୁତୟନ, ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ସଚେତନତ ।ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଏରସମା ବ୍ଲକ ଅଞ୍ଚଳର ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି । ସିଆଳି ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବା ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଓ ବଡ଼ ବଡ଼ ଢେଉ ଦେଖିବାକୁ ମିଳିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି । ସିଆଳି ରେ ସମୁଦ୍ର ଅଶାନ୍ତ ହେବା ସହ କୂଳ ଲଙ୍ଘୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବେଳାଭୂମିରେ ପରିସ୍ଥିତିକୁ ନଜରରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମୁଦ୍ରକୂଳକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଅଶାନ୍ତ ସମୁଦ୍ର ନିକଟକୁ ନଯିବାକୁ ପୁଲିସ କର୍ମଚାରୀମାନେ ସଚେତନ କରୁଛନ୍ତି । ବିଶେଷକରି ସମୁଦ୍ର ମଧ୍ୟକୁ ପ୍ରବେଶ କିମ୍ବା ଢେଉ ନିକଟରେ ଯାଇ ଫଟୋ ଉଠାଇବା ଭଳି ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଉଛି । ଅନ୍ୟପକ୍ଷରେ ଏରସମା ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ସତର୍କ କରାଯାଇଛି । ସମୁଦ୍ରକୂଳ ଅଞ୍ଚଳରେ ମାଇକ୍ ଯୋଗେ ସଚେତନତା ସୃଷ୍ଟି ସହ ମତ୍ସ୍ୟଜୀବୀମାନଙ୍କୁ ନୌକା ନେଇ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଉଛି । ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିବା ଜଣାପଡ଼ିଛି ।ଆଇଏମ୍ଡିର ସୂଚନା ଅନୁସାରେ ୨୩ ସେପ୍ଟେମ୍ବର ରୁ ଜଗତସିଂହପୁର ଜିଲ୍ଲାରେ ଭାରି ବର୍ଷା ସହ ଘଡ଼ଘଡ଼ି ଓ ଝଟକା ପବନର ସମ୍ଭାବନା ରହିଛି । ଉପକୂଳ ସମୁଦ୍ର ଅଞ୍ଚଳରେ ସମୁଦ୍ର ଅବସ୍ଥା ରଫ୍ରୁ ଭେରି ରଫ୍ ରହିବାର ସତର୍କତା ଜାରି ହୋଇଛି । ସିଆଳି ବେଳାଭୂମି ଏରସମା ଅଞ୍ଚଳର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଭଳି ପାଗରେ ପର୍ଯ୍ୟଟକଙ୍କ ଆଗମନ ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି । ସମୁଦ୍ର ଶାନ୍ତ ନହେବା ପର୍ଯ୍ୟନ୍ତ ସମୁଦ୍ରକୂଳରେ ଅନାବଶ୍ୟକ ଭିଡ଼ ନକରିବା ସହ ସରକାରୀ ସତର୍କ ସୂଚନା ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସତର୍କତା ବଢ଼ିଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

