ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ରେ ମାଛ ନଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି
News Prime Odisha | 02 Nov 2026 | 4 min read | 46 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ରେ ପରିଣତ ହୋଇ କ୍ରମଶଃ ବାତ୍ୟା ର ରୂପ ନେଇ ଆଗକୁ ବଢ଼ି ଚାଲିଛି । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନର ବେଗ ୬୦ କି:ମି ରୁ ୮୦ କି:ମି ବହିବାର ସମ୍ଭାବନା ରହିଛି । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ ଜୁଆର ସୃଷ୍ଟି ହେବ। ତେଣୁ ମତ୍ସ୍ୟଜୀବୀ ମାନେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ରେ ମାଛ ନଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ନେହେରୁବଙ୍ଗଳା ମାଛଧରା ବନ୍ଦର ସହିତ ମହାନଦୀ ମୁହାଣ ମୁହଁ, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣୀ ମାଛଧରା କେନ୍ଦ୍ର ସମେତ ନୂଆ ବଜାର ବସ୍ତି , ଷଣ୍ଢକୁଦ ବସ୍ତି ପ୍ରଭୃତି ମତ୍ସ୍ୟଜୀବୀଙ୍କ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ଯେଉଁମାନେ ଏହି ସମୟରେ ସମୁଦ୍ର କୁ ମାଛ ଧରିବା ପାଇଁ ଯାଇଛନ୍ତି , ସେମାନେ ତୁରନ୍ତ କୂଳକୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

