ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
sumanta swain | 21 Sep 2026 | 3 min read | 47 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହିବ ସମୁଦ୍ର । ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁସାରେ ସମୁଦ୍ରରେ ଉଚ୍ଚ ଜୁଆର ରହିବା ସହିତ ପ୍ରବଳ ବର୍ଷା ଓ ପବନର ବେଗ ଘଣ୍ଟା ପ୍ରତି ୬୫ କିଲୋମିଟର ପର୍ଯ୍ୟନ୍ତ ବହିବା ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀ ମାନେ ଏହି ସମୟ ମଧ୍ୟରେ ସମୁଦ୍ର କୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ବିଭାଗ ପକ୍ଷରୁ ନେହେରୁବଙ୍ଗଳା ମାଛଧରା ବନ୍ଦର, ଅଠରବାଙ୍କି ବାଲିପ୍ଲଟ, ନୂଆବଜାର ଓ ଷଣ୍ଢକୁଦ ମତ୍ସ୍ୟଜୀବୀ ବସ୍ତି ଅଞ୍ଚଳ ଓ ଚଉମୁହାଣି ମାଛଧରା କେନ୍ଦ୍ର ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ଯେଉଁମାନେ ସମୁଦ୍ରରେ ମାଛ ଯାଇଛନ୍ତି, ସେମାନେ ଯଥାଶିଘ୍ର କୂଳକୁ ଫେରି ଆସିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

