ପାରମ୍ପରିକ ବାଦ୍ୟଯନ୍ତ୍ର ଏବଂ ନିଆରା ଭାଇଚାରା ର ବନ୍ଦନା ରେ ଗଣେଶ ପୂଜା ଭାଷାଣି
sumanta swain | 02 Oct 2026 | 5 min read | 44 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ର ରେଲୱେ କଲୋନୀ ରେ ରହିଥିବା ମହାତ୍ମା ଗାନ୍ଧୀ ୟୁଥ କ୍ଳବ ର ଭଷାଣି କାର୍ଯ୍ୟକ୍ରମ ଦେଇଛି ଏକ ନିଆରା ବାର୍ତ୍ତା l ମହାତ୍ମାଗାନ୍ଧୀ ୟୁଥକ୍ଳବ ର ସଭାପତି ଚନ୍ଦନ ପରିଡା ଙ୍କ ନେତୃତ୍ୱ ରେ କ୍ଳବ ର ସମସ୍ତ ସଦସ୍ୟ ଓ ରେଲୱେ କଲୋନୀ ଅଧିବାସୀ ମାନେ ଏହି ପୂଜାରେ ସାମିଲ ହୋଇ ପାରାଦୀପ ବାସୀଙ୍କୁ ଦେଇଛନ୍ତି ଏକ ସୁନ୍ଦର ବାର୍ତ୍ତା l ଭାଇଚାରା ଓ ବନ୍ଧୁତ୍ୱ ର ଏକ ନିଆରା ଦିଗଦର୍ଶନ ଦେଖିବାକୁ ମିଳିଛି ମହାତ୍ମାଗାନ୍ଧୀ ୟୁଥକ୍ଳବ ର ଭଷାଣି ଶୋଭାଯାତ୍ରା ରେ l କ୍ଳବ ର ସମସ୍ତ ସଦସ୍ୟ ମାନଙ୍କ ସହିତ ଦୂର ଦୁରାନ୍ତ ରୁ ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରି ଏହି ଭଷାଣି ଶୋଭାଯାତ୍ରା ରେ ସାମିଲ କରିବା ସହିତ ପାରମ୍ପରିକ ବାଦ୍ୟଯନ୍ତ, ଘଣ୍ଟ ଘଣ୍ଟା, ଖୋଳ, ମାଦଳ, ଭଜନ କୀର୍ତ୍ତନ,ଆଦିବାସୀ ନୃତ୍ୟ ସାଙ୍ଗକୁ ବ୍ରାସବ୍ୟାଣ୍ଡ ର ତାଳେତାଳେ ଆଗ୍ରପୂଜ୍ୟ ଗଜାନନ ଙ୍କୁ ବିଦାୟ ଦେଇଥିଲେ କ୍ଳବ ର ସଦସ୍ୟ l ଭଷାଣି ଶୋଭାଯାତ୍ରା ରେ ସମସ୍ତ ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରିବା ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ପାରାଦୀପ ରେ ଗଣେଶ ପୂଜା ଭଷାଣି ରେ ଏକ ସୁନ୍ଦର ଭାଇଚାରା ର ବାର୍ତ୍ତା ପ୍ରଦାନ କରିବା ସହିତ ଭଷାଣି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସମସ୍ତ ପାରାଦୀପ ବାସୀ, କ୍ଳବ ର ସଦସ୍ୟ ଓ ବନ୍ଧୁ ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ମହାତ୍ମାଗାନ୍ଧୀ ୟୁଥକ୍ଳବ ର ସଭାପତି ଚନ୍ଦନ ପରିଡା l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

