ଉମରକୋଟରେ ମାଆ ଦଶଭୁଜାଙ୍କ ଭସାଣି ଉତ୍ସବ ୯ ମେଢ଼କୁ ମେଲାଣି, ହଜାର ହଜାର ଭକ୍ତଙ୍କ ସମାଗମ
sumanta swain | 23 Oct 2026 | 4 min read | 80 views
News Prime Odisha
ଉମରକୋଟ ( ଏନ. ପି.ଓ ) : ଉମରକୋଟ ସହରରେ ଶୁକ୍ରବାର ମାଆ ଦଶଭୁଜାଙ୍କ ଭସାଣି ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସହରର ୯ଟି ପୂଜା ମେଢ଼କୁ ଭକ୍ତିମୟ ପରିବେଶରେ ମେଲାଣି ଦିଆଯାଇଥିଲା ।ଉମରକୋଟ ପୁଲିସ ପ୍ରଶାସନର ପୂର୍ବ ନିର୍ଦ୍ଧାରିତ ନିୟମ ଓ ସମୟସୂଚୀ ଅନୁସାରେ ସମସ୍ତ ମେଢ଼ ନିର୍ଦ୍ଧାରିତ ସମୟରେ ବାହାରିଥିଲା । ବିଭିନ୍ନ ପୂଜା ମଣ୍ଡପ କମିଟି ପକ୍ଷରୁ ବାଜା ବାଜଣା ସହ ମାଆଙ୍କୁ ମେଲାଣି ଦିଆଯାଇଥିବା ବେଳେ ସହରର ଉଭୟ ପାର୍ଶ୍ୱରେ ହଜାର ହଜାର ଭକ୍ତ ମାଆଙ୍କ ଶେଷ ଦର୍ଶନ ଓ ବିଦାୟ ମେଲାଣି ଦେଖିବାକୁ ଭିଡ଼ ଜମାଇଥିଲେ ।
ପୌରପାଳିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କୃତ୍ରିମ ପୋଖରୀରେ ମାଆଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା । ଭସାଣି ସମୟରେ ଭକ୍ତଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ‘ମାଆଙ୍କ ଜୟ’ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା ।
ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଉମରକୋଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଉପରେ ପୁଲିସ ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିଲା ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

