ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଅବପାତ ବର୍ଷା ନେଇ ପୂଜା ମହୋତ୍ସବ କୁ ବାତିଲ କଲା ପ୍ରଶାସନ : ନିରାଡ଼ମ୍ବ ଭାବେ ହେବ ସାମୁହିକ ବିସର୍ଜନ

sumanta swain | 22 Sep 2026 | 7 min read | 95 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ବଙ୍ଗୋପସାଗରରେ ସୣଷ୍ଟି ହୋଇଥିବା ଅବପାତ ପ୍ରଭାବରେ ପାରାଦ୍ୱୀପ ରେ ବର୍ଷା ଯାରି ରହିବ । ଆସନ୍ତା କାଲି ଅର୍ଥାତ ୨୩ ତାରିଖ ମଧ୍ୟ ରାତ୍ରୀ କିମ୍ବା ୨୪ ତାରିଖରେ ଏହା ଲ୍ୟାଣ୍ଡଫଲ ସମୟରେ ପାରାଦ୍ୱୀପ ରେ ବର୍ଷା ର ପରିମାଣ ବଢିବା
ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏହା ଗୋପାଳପୁର ର ଦକ୍ଷିଣ-ପୂର୍ବରେ ପ୍ରାୟ ୨୦୦ କିମି ପୁରୀ ର ଦକ୍ଷିଣରେ ୨୧୦ କିମି ଏବଂ ବିଶାଖାପାଟଣା ପୂର୍ବରେ ୨୯୦ କିମି ଦୂରରେ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରେ ପରିଣତ ହେବାର ବହୁ ସମ୍ଭାବନା ରହିଛି । ଏ ପର୍ଯ୍ୟନ୍ତ ସାଇକ୍ଲେଲନିକ ଷ୍ଟର୍ମ ସୣଷ୍ଟି ହୋଇନଥିବା ଜଣା ପଡିଥିଲେ ମଧ୍ୟ ଅତ୍ୟଧିକ ବର୍ଷା ପବନ ସମ୍ଭାବନା ଦୃଷ୍ଟିରୁ ଏବଂ ବିଶ୍ୱକର୍ମା ପୂଜାରେ କିଛି ଗେଟ ଭାଙ୍ଗିଥିବାରୁ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଗୋଟିଏ ଦିନ ପୂର୍ବରୁ ପାରାଦୀପ ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ କୁ ବାତିଲ କରିଛି l ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ପୂଜା ପଡିଆ ଠାରେ ଥିବା ସୂଚନା କେନ୍ଦ୍ରରେ ଏକ ଜରୁରୀକାଳୀନ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜିଂକ୍ୟ ବାବୁରାଓ ମାଣେ,ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପାରାଦୀପ ଆଦର୍ଶ ଥାନା ଅଧିକାରିଣୀ ବବିତା ଦେହୁରୀ ଯୋଗଦେଇ ଉପସ୍ଥିତ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ l ଅବପାତ ଜନିତ ପ୍ରବଳ ବର୍ଷା ପବନକୁ ଦୃଷ୍ଟିରେ ରଖି ସମସ୍ତ ପୂଜା କମିଟି ମଙ୍ଗଳବାର ସକାଳେ ସେମାନଙ୍କର ମୂର୍ତ୍ତି ଗୁଡିକୁ ନିରାଡ଼ମ୍ବ ଭାବେ ବିସର୍ଜନ କରିବାକୁ ପ୍ରଶାସନ ଅଧିକାରୀ ଙ୍କ ନିଷ୍ପତିକୁ ସମସ୍ତ କମିଟି ସଦସ୍ୟ ସହମତି ପ୍ରକାଶ କରିଥିଲେ l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...