ଗାଁ ରେ ଗଣ୍ଡଗୋଳ, ଅଧାବାଟରେ ଅଟକିଛନ୍ତି ଗଣେଶ, ହେଇ ପାରୁନାହାନ୍ତି ବିସର୍ଜନ
News Prime Odisha | 04 Oct 2026 | 6 min read | 74 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଗାଁ ରେ ଗଣ୍ଡଗୋଳ, ଅଧାବାଟରେ ଅଟକିଛନ୍ତି ଗଣେଶ, ହେଇ ପାରୁନାହାନ୍ତି ବିସର୍ଜନ । ଏହି ଭଳି ଅଭାବନୀୟ ଘଟଣା ଘଟିଛି ପାରାଦ୍ୱୀପ ଉପକଣ୍ଠ ଲକ ଥାନା ଅନ୍ତର୍ଗତ ନିମିଢ଼ି ଗ୍ରାମରେ । ଏହି ଗ୍ରାମର ନିତାଇ ଗୌର ୟୁଥ କ୍ଲବ୍ ଦ୍ୱାରା ଗଣେଶ ପୂଜା ସମାପନ ପରେ, ଗତକାଲି ରାତିରେ ଠାକୁର ଙ୍କୁ ଭସାଣି ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଉଥିଲା । ବିସର୍ଜନ ର କିଛି ସମୟ ପୂର୍ବରୁ ଅପରପକ୍ଷ କ୍ଲବ୍ ର କିଛି ଯୁବକ ନିତାଇ ଗୌର ୟୁଥ କ୍ଲବ୍ ର ଗଣେଶ ବିସର୍ଜନ ରେ ଯାଉଥିବା ଯୁବକ ମାନଙ୍କ ଉପରେ ହଟାତ ଅତର୍କିତ ଆକ୍ରମଣ କରିଥିଲେ । ଉଭୟ ଗୋଷ୍ଠୀ ଭିତରେ ବାକ ବିତଣ୍ଡା, ଠେଲା ପେଲା, ହାତା ହାତି ପର୍ଯ୍ୟନ୍ତ କଥା ଯାଇଥିଲା ବେଳେ, ଘଟଣା ସମୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବିସର୍ଜନ ରେ ସାମିଲ ହୋଇଥିବା ଯୁବକ ମାନେ ଗଣେଶ ଙ୍କୁ ରାସ୍ତା ମଝିରେ ଛାଡି ପଳାଇ ଥିଲେ । ଘଟଣାସ୍ଥଳ ରେ ପୋଲିସ ଦୀର୍ଘ ସମୟ ହେବ ଜଗି ବସିଥିବା ବେଳେ ବିଶୃଙ୍ଖଳା ଘଟାଇ ଥିବା ଗୋଷ୍ଠୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ନିତାଇ ଗୌର ଯୁବକ ସଂଘର ଯୁବକ ମାନେ ଗଣେଶ ଙ୍କୁ ବିସର୍ଜନ ନ କରି ରାସ୍ତା ମଝିରେ ଛାଡି ଦେଇଛନ୍ତି । ଫଳରେ ତିରିଶ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ହେବ ବିସର୍ଜନ ହେବାକୁ ଯାଉଥିବା ପ୍ରଭୁ ଗଣେଶ ନିମିଢ଼ି ଗ୍ରାମର ରାସ୍ତା ମଝିରେ ଅଟକି ରହିଛନ୍ତି । ଗ୍ରାମ ରେ ଏବେ ବି ଉତେଜନା ଲାଗି ରହିଥିବା ବେଳେ ଉଭୟ ଗୋଷ୍ଠୀ ଭିତରେ ଛକା ପଞ୍ଝା ଲାଗି ରହିଛି । ଅପର ପକ୍ଷ ଯୁବକ ସଂଘର ପ୍ରତିକ୍ରୀୟା ମିଳିପାରିନାହିଁ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

