ଅର୍ଣ୍ଣବ ପ୍ରଭାବରେ ଉମରକୋଟରେ ଘନ କୁହୁଡ଼ି , ଯାତାୟାତ ପ୍ରଭାବିତ
sumanta swain | 28 Oct 2026 | 3 min read | 113 views
News Prime Odisha
ଉମରକୋଟ ( ଏନ. ପି.ଓ ) : ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପରେ ଉମରକୋଟ ଅଞ୍ଚଳରେ ଘନ କୁହୁଡି ର ପ୍ରଭାବ ପରିଲକ୍ଷିତ ହୋଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା ସହରର ରାସ୍ତାଘାଟ ଓ ବଜାର ଅଞ୍ଚଳ ଘନ କୁହୁଡ଼ିର ଆସ୍ତରଣରେ ଢାଙ୍କି ହୋଇଯାଇଥିଲା । ଫଳରେ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହେବା ସହ ଯାତାୟାତରେ ସମସ୍ୟା ଦେଖାଦେଇଥିଲା ।ଘନ କୁହୁଡ଼ି ଯୋଗୁଁ ଅଳ୍ପ ଦୂରତାରେ ମଧ୍ୟ ରାସ୍ତା ସ୍ପଷ୍ଟ ଦେଖାଯାଉ ନଥିଲା । କୁହୁଡ଼ି ସହ ଶିଶିର ଝରିବାରୁ ପରିବେଶ ଅଧିକ ଥଣ୍ଡା ଓ ଆର୍ଦ୍ର ହୋଇପଡ଼ିଥିଲା । ବାତ୍ୟାର ପ୍ରଭାବରେ ବର୍ଷାର ପରିମାଣ ଅଧିକ ନଥିଲେ ମଧ୍ୟ ହଠାତ୍ ଏଭଳି ଘନ କୁହୁଡ଼ି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ରାତିରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କତାର ସହ ଯିବାକୁ ପଡ଼ୁଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

