ଆଗାମୀ ୨୪ ଘଣ୍ଟା ସମୁଦ୍ର କୂଳିଆ ଅଞ୍ଚଳ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ
News Prime Odisha | 28 Oct 2026 | 6 min read | 103 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଛୁଇଁ ଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟା ସମୁଦ୍ର କୂଳିଆ ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ । ଏବେ ବି ବାତ୍ୟାର ପ୍ରଭାବ ତଳିଆ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଉପକୂଳର୍ବୀ ପାରାଦ୍ଵୀପ, ଏରସମା ଓ ବାଲିକୁଦା ବ୍ଲକ ଅଞ୍ଚଳରେ ବର୍ଷା ଲାଗିରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ପାଖାପାଖି ୪୦ କି.ମି ରହିଛି । ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ତେବେ ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଏସପି ଅଙ୍କିତ କୁମାର ବର୍ମା ଓ ଆଇଜି ସତ୍ୟଜିତ୍ ନାୟକ , ରାଜକନିକା ଡିଏଫଓ , ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ମ୍ୟୁନିସିପାଲଟି ଅଧିକାରୀ ପ୍ରମୁଖ ପାରାଦ୍ଵୀପ ର ବିଭିନ୍ନ ତଳିଆ ଅଞ୍ଚଳ ପରିଦର୍ଶନ କରିଥିଲେ । ଏଥିସହିତ ସମୁଦ୍ର କୂଳର ସ୍ଥିତି ସମୀକ୍ଷା କରି ପୋଲିସ କଣ୍ଟ୍ରୋଲ ରୁମ୍, ପେଟ୍ରୋଲିଂ ବ୍ୟବସ୍ଥା ର ସମୀକ୍ଷା କରିଥିଲେ । ବର୍ଷା ସମୟରେ ଘରୁ ନ ବାହାରିବା ପାଇଁ ଆଇଜି ପରାମର୍ଶ ଦେବା ସହିତ ଯେକୌଣସି ସମୟରେ କଣ୍ଟ୍ରୋଲ ରୁମ୍ ସହିତ କିମ୍ବା ପୋଲିସ ପ୍ରଶାସନ ସହିତ ଯୋଗାଯୋଗ କରିବା ପାଇଁ ସ୍ଥାନୀୟ ବସ୍ତି ବାସିନ୍ଦା ଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ପାରାଦ୍ଵୀପ ଡପଲର ରାଡାର ର ସୂଚନା ଅନୁସାରେ କିଛି ଆନ୍ଧ୍ର ମାଛଧରା ବୋଟ୍ ବିପଦପୂର୍ଣ୍ଣ ଭାବେ ସମୁଦ୍ରରେ ଥିବା ଜଣାପଡ଼ିବା ପରେ, ଉକ୍ତ ବୋଟ୍ ଓ ମତ୍ସ୍ୟଜୀବୀ ମାନଙ୍କୁ ମେରାଇନ ପୋଲିସ ସହାୟତାରେ ସୁରକ୍ଷିତ ଭାବେ ମାଛଧରା ବନ୍ଦର କୁ ଅଣାଯାଇଥିବା ଆଇଜି ପ୍ରକାଶ କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

