ପାରାଦ୍ଵୀପ ବନ୍ଦର ବର୍ଥ ରେ ଆଶ୍ରୟ ନେଲେ ୩୫ ଟି ଆନ୍ଧ୍ର ମାଛଧରା ବୋଟ୍
News Prime Odisha | 27 Oct 2026 | 4 min read | 81 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ବାତ୍ୟା ର ରୂପ ନେଇଛି ଅର୍ଣ୍ଣବ । ଏହାର ପ୍ରଭାବରେ ଅଶାନ୍ତ ହୋଇପଡିଛି ସମୁଦ୍ର । ଗଭୀର ସମୁଦ୍ରରେ ପ୍ରଖର କରେଣ୍ଟ ର ସ୍ରୋତ ବହିବା ସହିତ ଉଚ୍ଚ ଜୁଆର ଓ ଭିଷଣ ପବନ ବହୁଛି । ସମୁଦ୍ର ଅଶାନ୍ତ ହେବାରୁ ପାରାଦ୍ଵୀପ ବନ୍ଦର ବର୍ଥ ରେ ୩୫ ଟି ଆନ୍ଧ୍ର ମାଛଧରା ବୋଟ୍ ୩୦୫ ଜଣ ମତ୍ସ୍ୟଜୀବୀ ଆଶ୍ରୟ ନେଇଛନ୍ତି । ପାରାଦ୍ଵୀପ ବନ୍ଦର ପକ୍ଷରୁ ସେମାନଙ୍କୁ ବର୍ଥ ରେ ରହିବା ପାଇଁ ଅନୁମତି ଦିଆଯିବା ସହିତ ସେମାନଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା ମଧ୍ୟ କରାଯାଉଛି । ସେହିପରି ଅର୍ଣ୍ଣବ ପ୍ରଭାବରେ ବନ୍ଦର ନଗରୀ ପାରାଦ୍ଵୀପ ରେ ମେଘୁଆ ପାଗ ରହିଥିବା ବେଳେ ଅନ୍ଧାରୁଆ ପରିବେଶ ସୃଷ୍ଟି ହୋଇଛି । ବିଳମ୍ବିତ ରାତିରେ ସାମାନ୍ୟ ଝିପି ଝିପି ବର୍ଷା ହୋଇଥିବା ବେଳେ ସକାଳୁ ମେଘ ହୋଇନାହିଁ । ମାତ୍ର ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ କୁ ଖାଲି କରାଯାଇ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

