ପାରାଦ୍ଵୀପ ଷଣ୍ଢକୁଦ ବସ୍ତିରେ କଙ୍ଗାରୁ କୋର୍ଟ
News Prime Odisha | 21 Sep 2026 | 4 min read | 46 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ଵୀପ ଷଣ୍ଢକୁଦ ବସ୍ତିରେ କଙ୍ଗାରୁ କୋର୍ଟ ।ବିଭିନ୍ନ ଘରୁ ଚୋରି ଅଭିଯୋଗରେ ଯୁବକ ଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ୪ ଜଣଙ୍କୁ ଧରି ଆଣି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତ କିଛି ଦିନ ହେବ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ମୋବାଇଲ, ଟଙ୍କା, ସାଇକେଲ ପ୍ରଭୃତି ଚୋରି ଘଟଣା ବୃଦ୍ଧି ପାଇଥିଲା । ତେବେ ଗତକାଲି ଜଣେ ଯୁବକ ଜଣଙ୍କ ଘରୁ ଚୋରି କରିବା ସମୟରେ ଲୋକେ ମାଡି ବସିଥିଲେ । ମାତ୍ର ତାକୁ ଥାନାରେ ଦେବା ବଦଳରେ ଏକ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଘଟଣାର ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆ ରେ ପ୍ରଘଟ ହେବା ପରେ , ପାରାଦ୍ଵୀପ ଜଟାଧାର ସାମୁଦ୍ରିକ ଥାନା ପକ୍ଷରୁ ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ପୁରୁଷ ଓ ଜଣେ ମହିଳା ଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

