ତିର୍ତ୍ତୋଲ ପୋଲିସ କୁ ବଡ଼ ସଫଳତା, ଚୋରା ପିତ୍ତଳ, ଷ୍ଟିଲ, ତମ୍ବା, ଲୁହା ରଡ଼ ସହିତ ଗାଡି ଜବତ, ଦୁଇ ଭାଇ ସମ୍ପୃକ୍ତ ।
sumanta swain | 03 Oct 2026 | 4 min read | 52 views
News Prime Odisha
ତିର୍ତ୍ତୋଲ ( ଏନ. ପି.ଓ ) : ଦୁଇ ଭାଇ ବହୁ ଦିନରୁ ଚଳାଇ ଆସୁଥିଲେ ଚୋରା ସାମଗ୍ରୀ କାରବାର, ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଯେମିତି କି ନୂଆ ଷ୍ଟିଲ, ପିତ୍ତଳ ଏବଂ ତମ୍ବା ର ସାମଗ୍ରୀ ସମେତ ଲୁହା ରଡ଼ ଏବଂ ପୁରୁଣା ତମ୍ବାତାର, ଟିୱେଲ, ଜିଆଇ ପାଇପ ଚୋରା ଚାଲାଣ ର ରାକେଟ ଚଳାଇ ଥିଲେ | ଦୁଇ ଭାଇ ହେଲେ ତାଳପଡା ନିକଟ ବରୁଣ୍ଡି ଗ୍ରାମର ଅନିଲ କୁମାର ସାହୁ ଓରଫ (ପପୁ) ଏବଂ ଅନୁପ ଗୌରବ ସାହୁ | ବିଶେଷ ସୂତ୍ରରୁ ଖବର ପାଇ ତିର୍ତ୍ତୋଲ ଥାନା ପକ୍ଷରୁ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା | ଚଢ଼ାଉ ସମୟରେ ପୋଲିସ କୁ ଦେଖି ଦୁଇ ଭାଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପପୁ କୁ ପୋଲିସ କାବୁ କରିନେଇଥିଲା | ସାକ୍ଷୀ ମାନଙ୍କ ଉପସ୍ଥିତି ରେ ପପୁର ସ୍କାର୍ପ ୟାର୍ଡ଼ ରେ ତଲାସୀ କରାଯିବା ସମୟରେ ବହୁ ଚୋରି ସାମଗ୍ରୀ ଜବତ ହୋଇଥିଲା | ପପୁ ର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିଲା | ଅନୁସନ୍ଧାନ ଜାରୀ ରହିଥିବା ବେଳେ ଏହି ନେଟୱାର୍କ ରେ ସମୃକ୍ତି ଥିବା ଅପରାଧୀ ମାନଙ୍କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ତିର୍ତ୍ତୋଲ SDPO ଅଜୟ କୁମାର ଦାସ ସୂଚନା ଦେଇଛନ୍ତି |
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

