ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ବିପିସିଏଲ ଡିପୋ ରେ ତୈଳ ଟ୍ୟାଙ୍କଲର ହେଲ୍ପରଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ଆଦର୍ଶ ଥାନାରେ ମାମଲା

sumanta swain | 03 Oct 2026 | 5 min read | 48 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଦୀର୍ଘଦିନ ହେବ ପାରାଦୀପ ଟର୍ମୀନାଲ ନିକଟସ୍ଥ ବିପିସିଏଲ ଓ ଅନ୍ୟାନ୍ୟ ଡିପୋ ମାନଙ୍କରେ ଜଗତସିଂହପୁର ଏସପି ଙ୍କ ପ୍ରଚେଷ୍ଟାରେ ବଟି ଓ ଚାନ୍ଦା ଆଦାୟ ବନ୍ଦ କରାଯାଇଥିବା ବେଳେ ଏବେ ସେହି ଘଟଣାର ପୁନରାବୃତ୍ତି ଘଟିଛି l ତୈଳ ଡିପୋ ମଧ୍ୟକୁ ପ୍ରବେଶ ପାଇଁ ଡ୍ରାଇଭର ସହିତ ହେଲ୍ପର ରହିବା ବାଧ୍ୟତାମୂଳକ ହୋଇଥିବା ବେଳେ ଅନେକ ଗାଡ଼ିରେ ହେଲ୍ପର ନଥିବା ଯୋଗୁଁ ଡ୍ରାଇଭର ମାନେ ସ୍ଥାନୀୟ କାମଚଳା ବା ଆକାଳୀ ହେଲ୍ପର ନେଇଥାନ୍ତି l ମାସକୁ ୧୦ ରୁ ୨୦ ଟା ଡ୍ୟୁଟି ପାଇ ସେମାନେ କିଛି ଅର୍ଥ ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି l କିନ୍ତୁ କିଛିଦିନ ହେବ ବାଲିଡିଆ ଗ୍ରାମର ଜନୈକ ତୁଷାର ସ୍ୱାଇଁ ଏହି ନିରୀହ ହେଲ୍ପର ମାନଙ୍କ ଠାରୁ ଜବରଦସ୍ତ ବଟି ଆଦାୟ କରୁଥିବା ନେଇ ଅଭିଯୋଗ ହେଉଛି l ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ଧମକାଇବା, ମାଡ଼ ମାରିବା ଏବଂ ସେମାନଙ୍କ ଗୃହିଣୀ ମାନେ ପ୍ରତିବାଦ କଲେ ସେମାନଙ୍କୁ ଅଶାଳୀନ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି l ତେଣୁ ଶେଷରେ ବାଧ୍ୟ ହୋଇ ଅତ୍ୟାଚାରିତ ହେଲ୍ପର ମାନଙ୍କ ସହଧର୍ମିଣୀ ମାନେ ଏକାଠି ହୋଇ ଆଜି ଆଦର୍ଶ ଥାନାରେ ତୁଷାର ବିରୋଧରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି l ଅନ୍ୟପକ୍ଷରେ ଏହି ସ୍ପର୍ଷକାତର ଅଞ୍ଚଳରେ ପୋଲିସ ପାଟ୍ରୋଲିଙ୍ଗ କୁ କଡାକଡି କରି ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସାଧାରଣରେ ଦାବୀ ହୋଇଛି l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...