ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ପାରାଦ୍ଵୀପ ଉପଖଣ୍ଡ ବଗଦିଆ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ

News Prime Odisha | 02 Oct 2026 | 11 min read | 52 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦ୍ଵୀପ ଉପଖଣ୍ଡ ରେ କଙ୍ଗାରୁ କୋର୍ଟ ର ଅଭିଯୋଗ । ଏକ ମନ୍ଦିର ଚୋରି କୁ ନେଇ ଗୋଟିଏ ପରିବାର କୁ ତିନି ଦିନ ଧରି ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ଦି ରଖି ୩ ଲକ୍ଷ ୫୦ ହଜାର ଟଙ୍କା ଚେକ୍ ରେ ଦସ୍ତଖତ କରାଇ ନେଇଛନ୍ତି ଗ୍ରାମବାସୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଘଟଣାସ୍ଥଳକୁ ପୋଲିସ ଯାଇଥିଲେ ମଧ୍ୟ ଉକ୍ତ ବ୍ୟକ୍ତି ଙ୍କୁ ଉଦ୍ଧାର କରିବା ବଦଳରେ ତାଙ୍କ ପତ୍ନୀ ଙ୍କୁ ଗ୍ରାମବାସୀ ଙ୍କ କଥା ମାନିବା ଲାଗି ପରାମର୍ଶ ଦେଇ ଫେରିଆସିଥିବା ଅଭିଯୋଗ ହୋଇଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୋଲିସ ର ଏଭଳି ଆଚରଣ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ପାରାଦ୍ଵୀପ ଉପଖଣ୍ଡ କୁଜଙ୍ଗ ବ୍ଲକ୍ ବଗଦିଆ ପଞ୍ଚାୟତ ର ବଗଦିଆ ଗ୍ରାମରେ । ଅଭିଯୋଗ ମୁତାବକ ବଗଦିଆ ଗ୍ରାମରେ ଥିବା ଏକ ମନ୍ଦିରରୁ ଠାକୁରଙ୍କ ପୂଜା ସାମଗ୍ରୀ ଚୋରି ହୋଇଥିଲା । ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିବା ପରେ ଚୋରି କରିଥିବା ଯୁବକ ଗ୍ରାମର ଜଣେ ଯୁବକଙ୍କ ନାମ ମଧ୍ୟ ପ୍ରକାଶ କରିଥିଲା । ପୋଲିସ ଉଭୟଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରିଥିଲା । ମାତ୍ର ଏହି ଘଟଣାରେ ଗ୍ରାମବାସୀ ଉକ୍ତ ଯୁବକ ଙ୍କ ବାପା ଓ ବୋଉ ଙ୍କୁ ନିର୍ଯ୍ୟାତନା ଦେଇଥିଲେ । ଯୁବକଙ୍କ ବାପାକୁ ଜବରଦସ୍ତି ଘରୁ ଉଠାଇ ଆଣି ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ତାଲା ପକାଇ ରଖିବା ସହିତ ତାଙ୍କ ଯୁବକଙ୍କ ବୋଉ ଙ୍କୁ ମାଡ଼ ମାରିଥିଲେ । ଘଟଣା ସମ୍ପର୍କରେ ମହିଳା ଜଣଙ୍କ ଥାନାକୁ ଖବର ଦେବା ପରେ ଅଭୟଚାନ୍ଦପୁର ଥାନା ଆଇଆଇସି ଗ୍ରାମକୁ ଯାଇ ବୁଲି କି ଆସିଥିଲେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ବଦଳରେ ଗ୍ରାମବାସୀ ଙ୍କ କଥାରେ ରାଜି ହୋଇ ସମାଧାନ କରିବା ପାଇଁ ପରାମର୍ଶ ଦେଇ ଫେରି ଆସିଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି । ପୋଲିସ ଫେରିବା ପରେ ଗ୍ରାମବାସୀ ମାନେ ଉକ୍ତ ବ୍ୟକ୍ତି ଙ୍କୁ ମାଡ଼ ମାରିବା ସହିତ ୩ ଲକ୍ଷ ୫୦ ହଜାର ଟଙ୍କା ର ତିନୋଟି ଚେକ୍ ଓ ଏକ ସାଧା କାଗଜରେ ଦସ୍ତଖତ କରାଇ ନେଇଥିଲେ । ମାତ୍ର ତାର ପରଦିନ ପୁଣି ଉକ୍ତ ବ୍ୟକ୍ତି ଙ୍କୁ ଗ୍ରାମବାସୀ ଘରୁ ମାଡ଼ ମାରି ଉଠାଇ ନେବା ସହିତ ଏହାକୁ ବିରୋଧ କରୁଥିବା ତାଙ୍କ ପତ୍ନୀ ଙ୍କୁ ମଧ୍ୟ ମାଡ଼ ମାରିଥିଲେ । ମହିଳା ଜଣଙ୍କ ଅଭୟଚାନ୍ଦପୁର ଥାନା କୁ ଆସି ପ୍ରକାଶ କରିଥିଲେ ମଧ୍ୟ ପୋଲିସ ଏହି ଘଟଣାରେ କୌଣସି ପଦକ୍ଷେପ ନେଇଥିଲା । ପୋଲିସ ର ଛତ୍ରଛାୟା ତଳେ ଗ୍ରାମର କିଛି ବ୍ୟକ୍ତି କଙ୍ଗାରୁ କୋର୍ଟ କରି ଉକ୍ତ ପରିବାର କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଚାଲିଥିଲେ । ଘଟଣା ସମ୍ପର୍କରେ ଆମ୍ବେଦକର ସେବକ ସଂଘ ଖବର ପାଇବା ପରେ ଉକ୍ତ ପରିବାର ନିକଟରେ ପହଞ୍ଚି ସେମାନଙ୍କୁ ଥାନା କୁ ଆଣି ଏତଲା ଦେଇଛନ୍ତି । ଏଠାରେ ଆଇଆଇସି କିଛି ଦଲାଲ ଙ୍କ ପାଇଁ କାମ କରୁଛି ଏବଂ ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ସେବା ସଂଘ ଅଭିଯୋଗ କରିବା ସହିତ ଏ ସମ୍ପର୍କରେ ଏସପି ଓ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଙ୍କୁ ଅବଗତ କରାଯିବ ଏବଂ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ପୋଲିସ ମହାନିର୍ଦ୍ଦେଶକ ଙ୍କ ଅଫିସ ଘେରାଉ କରାଯିବ ବୋଲି ଆମ୍ବେଦକର ସେବକ ସଂଘ ଚେତାବନୀ ଦେଇଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...