ସୁନା ଦୋକାନରୁ ଲୁଟ ଘଟଣା- ଅଭିଯୁକ୍ତ ଗିରଫ
sumanta swain | 27 Sep 2026 | 5 min read | 47 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ଉପକଣ୍ଠ ଅଠରବାଙ୍କୀ ନିକଟସ୍ଥ ତାରିଣୀଗଡାରେ ଥିବା ଏକ ସୁନା ଦୋକାନରୁ ଲୁଟ ଘଟଣାରେ ପାରାଦୀପ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ରବିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲା ଏସପି ଅଙ୍କିତ ବର୍ମା । ଘଟଣାରୁ ପ୍ରକାଶ ଯେ, ତାରିଣୀଗଡାଠାରେ ଥିବା ସାଧନା ଜୁଏଲାରୀ ଜନୈକ ଅଭିଯୁକ୍ତ ପଲସର ୨୨୦ ବାଇକ୍ ରେ ଆସି ଦୋକାନରେ ଥିବା ମହିଳା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨୩ଟି ସୁନା ମୁଦି ଲୁଟି ନେଇ ଫେରାର ହୋଇଯାଇଥିଲେ । ଲୁଟ୍ ସମ୍ପର୍କରେ ମାଲିକ କଟକ ତୁଳସିପୁର ଅଂଚଳର ତାରେସ୍ବର ମହାରଣା ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରି ବାଲେଶ୍ବର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ସେନ୍ଦିରି ଗ୍ରାମର ପୁର୍ନାନନ୍ଦ ସାହୁଙ୍କ ପୁଅ ତୁଷାର କୁମାର ସାହୁ (୨୬)ଙ୍କୁ ଗିରଫ କରିବାରେ ସଫଳ ହୋଇ ଥିବା ନେଇ ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ପାରାଦୀପଠାରେ ଏକ କମ୍ପାନୀରେ କାମ କରୁଥିବା ନେଇ ସୂଚନା ମିଳିଛି । ରବିବାର ଦିନ ଏହି ସାମ୍ବାଦିକ ସମ୍ମିଳନୀରେ ପାରାଦୀପର ଭାରପ୍ରାପ୍ତ ଡିଏସପି, ପାରାଦୀପ ଆଦର୍ଶ ଥାନା ଓ ପାରାଦୀପ ଲକ୍ ଥାନା ଅଧିକାରୀ ଉପସ୍ଥିତ ଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

