ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ସାଧନା ଜୁଏଲାରୀ ରୁ ବନ୍ଧୁକ ଦେଖାଇ ସୁନା ଲୁଟ୍

News Prime Odisha | 26 Sep 2026 | 6 min read | 65 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଦ୍ବିପହରରେ ବନ୍ଧୁକ ମୁନରେ ସୁନା ଦୋକାନ ରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ର ଅଳଙ୍କାର ଲୁଟ୍ ହୋଇଛି ।ପାରାଦ୍ଵୀପ ତାରେଣୀଗଡା ରେ ଥିବା ଏକ ସୁନା ଦୋକାନରେ ଘଟିଛି ଏଭଳି ଘଟଣା । ଏକ କଳା ବାଇକ୍ ରେ ଜଣେ ଯୁବକ ଆସି ଅଳଙ୍କାର ଦୋକାନ ଭିତରେ ପଶିବା ସହିତ କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ଦୋକାନରେ ଥିବା ୨୪ ଟି ସୁନା ମୁଦି ନେଇଯାଇଛନ୍ତି । ଖବର ପାଇ ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ ଓ ଲକ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଦୋକାନ ରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏହି ଘଟଣା ଦିନ ପାଖାପାଖି ୩:୧୦ ରୁ ୩:୨୦ ମଧ୍ୟରେ ଘଟିଛି । ଦୋକାନ କର୍ମଚାରୀ ଙ୍କ କହିବା ଅନୁଯାୟୀ ଯୁବକ ଜଣଙ୍କ ଗତକାଲି ଦୋକାନ କୁ ଆସିଥିଲା ଏବଂ ମୁଣ୍ଡରୁ ହେଲମେଟ ଖୋଲି ଦୋକାନରେ ବୁଲି ଗହଣା ଦେଖିବା ପରେ ଚାଲିଯାଇଥିଲା । ତେବେ ଆଜି ହଠାତ୍ ହେଲମେଟ ପିନ୍ଧିବା ଅବସ୍ଥାରେ ଦୋକାନ ଭିତରକୁ ପଶି ଆସିବା ସହିତ ବନ୍ଧୁକ ଦେଖାଇ ଅଳଙ୍କାର ଦେବାକୁ କହିଥିଲା । ସମ୍ମୁଖରେ ଥିବା ୨୪ ଟି ସୁନା ମୁଦି ନେଇ ଚାଲିଯାଇଥିଲା । ତେବେ ଯୁବକ ଜଣକ ଗତକାଲି ଯେଉଁ ବାଇକ ଆଣି ଆସିଥିଲା ଆଜି ମଧ୍ୟ ସେହି ବାଇକ ଆଣିଥିଲା । ଗାଡ଼ିର ପଛ ନମ୍ବର ପ୍ଲେଟ୍ ରେ ଜରି ଘୋଡ଼ା ହୋଇଥିଲା ଏବଂ ଆଗ ନମ୍ବର ପ୍ଲେଟ୍ ସଠିକ୍ ଜଣାପଡୁ ନଥିଲା । ପୋଲିସ ଦୋକାନ ସିସିଟିଭି ଫୁଟେଜ ସହିତ ଆଖପାଖ ରେ ଲାଗିଥିବା ଅନ୍ୟ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ୍ ଆରମ୍ଭ କରିଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...