ବନ୍ଧୁକ ମୁନରେ ଅଳଙ୍କାର ଲୁଟ୍ ଘଟଣାରେ ଲକ୍ ଥାନା ପୋଲିସର ଚଢ଼ାଉ
News Prime Odisha | 27 Sep 2026 | 7 min read | 135 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ବନ୍ଧୁକ ମୁନରେ ଅଳଙ୍କାର ଲୁଟ୍ ଘଟଣା ରେ ପାରାଦ୍ଵୀପ ପୋଲିସ କୁ ମିଳିଛି ବଡ଼ ସଫଳତା । ମାତ୍ର ୧୨ ଘଣ୍ଟା ମଧ୍ୟରେ ରାତା ରାତି ଅଭିଯୁକ୍ତ କୁ ଉଠାଇ ଆଣିଛି ପୋଲିସ । ଅଭିଯୁକ୍ତ ନିକଟରୁ ସମସ୍ତ ଅଳଙ୍କାର ଜବତ କରାଯାଇଥିବା ସୂଚନା ମିଳିଛି । ଡକାୟତି ରେ ବ୍ୟବହୃତ ବନ୍ଧୁକ ଓ ଅନ୍ୟ ସାମଗ୍ରୀ ବି ଜବତ କରିଛି ପୋଲିସ । ପାରାଦ୍ଵୀପ ଡିଏସପି ଆର କେ ପାତ୍ର ଙ୍କ ନେତୃତ୍ବରେ ପାରାଦ୍ଵୀପ ଲକ୍ ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ ଓ ଆଦର୍ଶ ଥାନା ଆଇଆଇସି ବବିତା ଦେହୁରୀଙ୍କ ଉପସ୍ଥିତି ରେ ଉଭୟ ଥାନାର ୪ ଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ତାରେଣୀଗଡା ଗିରିଧାରୀ ଛକ ନିକଟରେ ଥିବା ଏକ କୋଠା ଘରୁ ଉକ୍ତ ଯୁବକ କୁ ଧରିବାରେ ସଫଳ ହୋଇଛି ପୋଲିସ । ଗତକାଲି ଦିନ ୩ ଟାରେ ତାରେଣୀଗଡା ରେ ଥିବା ସାଧନା ଜୁଏଲାରୀ ରୁ ହୋଇଥିଲା ଡକାୟତି । ଜଣେ ଯୁବକ ହଠାତ୍ ଦୋକାନ ଭିତରକୁ ପଶି ଆସିବା ସହିତ ଦୋକାନ ରେ ଥିବା ଦୁଇଜଣ ଯୁବତୀ ଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଲୁଟ୍ କରିଥିଲା । ଦୋକାନ ସୋକେସ୍ ରେ ଥିବା ୨୩ ଟି ମୁଦି କୁ ନିଜ ବ୍ୟାଗ ରେ ପୁରାଇ ଫେରାର ହୋଇଥିଲା । ଯୁବକ ଜଣଙ୍କ ଏକ କଳା ବାଇକ୍ ରେ ଆସିବା ସହିତ ଉକ୍ତ ଗାଡ଼ିର ନମ୍ୱର ପ୍ଲେଟ୍ ରେ ଜରି ଗୁଡ଼ାଇ ଦେଇଥିଲା । ମୁଣ୍ଡରେ ହେଲମେଟ ପିନ୍ଧି ଏହି ଡକାୟତି କରିଥିଲା । ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ରେ ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ସମୟରେ ଯୁବକ ଜଣକ ପୂର୍ବଦିନ ମଧ୍ୟ ବିନା ହେଲମେଟ ରେ ଉକ୍ତ ଜୁଏଲାରୀ ଦୋକାନ କୁ ଆସିଥିବା ଜଣାପଡିଥିଲା । ଉକ୍ତ ଫଟୋ କୁ ଆଧାର କରି ପୋଲିସ ଗିରିଧାରୀ ଛକ ସ୍ଥିତ ଉକ୍ତ ଘରେ ଚଢ଼ାଉ କରି ସଂପୃକ୍ତ ଯୁବକ କୁ ଉଠାଇ ନେଇଥିବା ଜଣାପଡିଛି । ଉକ୍ତ ଘଟଣାରେ ଲକ୍ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱକୁ ନେଇ ସାଧାରଣରେ ପ୍ରଶଂସା କରାଯାଉଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

