ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଅରଡା ଗ୍ରାମରୁ ୨ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ,ଯୁବକ ଗିରଫ ।

sumanta swain | 24 Sep 2026 | 6 min read | 36 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଆଜି ପ୍ରାୟ ସକାଳ ୯ଟା ପାଖାପାଖି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅରଡା ଗ୍ରାମରେ ଚଢଉ କରି ୨କେଜି ୧୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ତିର୍ତ୍ତୋଲ ଅବକାରୀ ଥାନା ଯାହାର ଆନୁମାନିକ ମୂଲ୍ଯ ୨୧,୦୦୦/- ଟଙ୍କା ହେବ। ଏକ ଗୁଇନ୍ଦା ଖବରକୁ ଭିତ୍ତି କରି ତିର୍ତ୍ତୋଲ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ରବି ବେହେରାଙ୍କ ନେତୃତ୍ବରେ ଏକ ଟିମ ବୁଧବାର ସକାଳେ ଅରଡା ଗ୍ରାମରେ ଚଢଉ କରିଥିଲା । ସନ୍ଦିଗ୍ଧ ଜଣକ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ବ୍ୟାଗକୁ ନେଇ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କୁ ପିଛା କରିବା ପରେ ଅରଡା ଠାରେ କାବୁ କରିନେଇଥିଲେ । ଯାଞ୍ଚ ପରେ ତାଙ୍କ ନିକଟରୁ ୨କେଜି ୧୦୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା । ଅଭିଯୁକ୍ତ ଜଣକ ହେଲେ ବାଲିସାହି ଗ୍ରାମର ଟହଲି ନାଥଙ୍କ ପୁଅ ଅକ୍ଷୟ କୁମାର ନାଥ । ତାଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ତିର୍ତ୍ତୋଲ ଅବକାରୀ ଥାନା କେସ୍ ନଂ ୭୨୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜଗତସିଂହପୁର ଜିଲ୍ଲା ଦୌରାଜଜ ଙ୍କ କୋର୍ଟ କୁ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠାଯାଇଛି । ଏହି ଅଭିଯାନରେ ତିର୍ତ୍ତୋଲ ଅବକାରୀ ଥାନାର କନଷ୍ଟେବଳ ଦିନବନ୍ଧୁ ସେଠୀ, ବର୍ଷାରାଣୀ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ ।ଜିଲ୍ଲା ଅବକାରୀ ବିଭାଗ ନର୍କୋଟିକ୍ସ ବ୍ୟବସାୟ ବିରୋଧରେ ଆହୁରି କଠୋର ଅଭିଯାନ ଚାଲାଇବାକୁ ସଂକଳ୍ପବଦ୍ଧ ଥିବାର ପ୍ରକାଶ କରିଛନ୍ତି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...