ଗଞ୍ଜେଇ ଯୋଗାଣ ମାମଲାରେ ଉମରକୋଟରୁ ମୁଖ୍ୟ ଅଭିଯୁକ୍ତ ଗିରଫ
News Prime Odisha | 27 Oct 2026 | 4 min read | 80 views
News Prime Odisha
ଉମରକୋଟ ( ଏନ. ପି.ଓ ) : ଓଡ଼ିଶାରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଯୋଗାଣ ମାମଲାରେ ଫେରାର ଥିବା ଉମରକୋଟର ମୁଖ୍ୟ ଯୋଗାଣକାରୀ କମଲେଶ ସର୍ଦ୍ଦାର ଙ୍କୁ ଛତିଶଗଡ଼ର ଧମତରୀ ଜିଲ୍ଲା ବୋରେଇ ଥାନା ପୋଲିସ ଗିରଫ କରିଛି । ଗତ ସୋମବାର ବୋରେଇ ଥାନା ପୋଲିସ ଉମରକୋଟ ଥାନାକୁ ସୂଚନା ଦେବା ପରେ, ଉମରକୋଟ ପୋଲିସର ସହାୟତାରେ କମଲେଶଙ୍କୁ ତାର ଗାଁ ବୁର୍ଜା ଉଭି 9 ରୁ ଗିରଫ କରି ବୋରେଇ ଥାନାକୁ ନେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୫ରେ ବୋରେଇ ପୋଲିସ ନାକା ଯାଞ୍ଚ ବେଳେ ଉମରକୋଟରୁ ଧମତରୀ ଯାଉଥିବା ଏକ ବସ୍ରୁ ମଧ୍ୟପ୍ରଦେଶର ଦୁଇ ଯୁବକ ନିଖିଲ ବର୍ମା (୨୬) ଓ ମୋହିତ ଗୋଦାରା (୨୮)ଙ୍କୁ ୧୧ କିଲୋ ୩୩ ଗ୍ରାମ ଗଞ୍ଜେଇ ସହ ଗିରଫ କରିଥିଲା । ତଦନ୍ତ ସମୟରେ ଉଭୟଙ୍କ ବୟାନରୁ କମଲେଶ ସର୍ଦ୍ଦାର ଗଞ୍ଜେଇ ଯୋଗାଇଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଏହି ଘଟଣାରେ ବୋରେଇ ଥାନାରେ କେସ୍ ନମ୍ବର ୧୬/୨୦୨୬ ରୁଜୁ ହୋଇଥିବା ବେଳେ ଏନ୍ଡିପିଏସ୍ ଆଇନର ଧାରା ୨୦(ଖ) ଅନୁଯାୟୀ ମାମଲା ଚାଲିଛି । କମଲେଶଙ୍କୁ ଗିରଫ ପରେ ନ୍ୟାୟାଳୟରେ ହାଜର କରାଯାଇଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

