କନ୍ଧମାଳରୁ ମହାରାଷ୍ଟ୍ର ଯାଏଁ ଗଞ୍ଜେଇ ଚାଲାଣ, ଏସଟିଏଫ୍ ଜାଲରେ ସିଣ୍ଡିକେଟର କିଙ୍ଗପିନ୍
News Prime Odisha | 31 Oct 2026 | 5 min read | 93 views
News Prime Odisha
ଭୁବନେଶ୍ୱର ( ଏନ. ପି.ଓ ) : ଓଡ଼ିଶାରୁ ମହାରାଷ୍ଟ୍ରକୁ ଲମ୍ବିଥିଲା ଗଞ୍ଜେଇ ଚାଲାଣର ବଡ଼ ନେଟୱର୍କ । ଦୁଇଟି କାର୍ରେ ଗଞ୍ଜେଇ ଭର୍ତ୍ତି କରି ଚାଲିଥିଲେ ମହାରାଷ୍ଟ୍ର । ହେଲେ ଖୋର୍ଦ୍ଧା ପିଏନ୍ କଲେଜ ନିକଟରେ ମାଡ଼ି ବସିଲା ଏସଟିଏଫ୍ । ଚଢ଼ାଉ ବେଳେ ଦୁଇଟି ଗାଡ଼ିରୁ ପ୍ରାୟ ୯୭ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୪୯ ଲକ୍ଷ ଟଙ୍କା । ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ସିଣ୍ଡିକେଟର କିଙ୍ଗପିନ୍ ସମେତ ୫ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ କିଙ୍ଗପିନ୍ ସାଗର ବସବରାଜ କାପାଲେ ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳର । ଅନ୍ୟ ୪ ଅଭିଯୁକ୍ତ କନ୍ଧମାଳ ଜିଲ୍ଲାର ଉଦୟ ଦିଗଲ, ନରେଶ ପ୍ରଧାନ, କାର୍ତ୍ତିକ ମଲ୍ଲିକ ଓ ଗୋବିଲ ରାଜ ବେହେରା । ଏସଟିଏଫ୍ ଦୁଇଟି ଗାଡ଼ି ସହ ମୋବାଇଲ୍ ଫୋନ୍, ଡେବିଟ୍ କାର୍ଡ ଏବଂ ୧୧ ହଜାର ୬୦୦ ଟଙ୍କା ଜବତ କରିଛି । କନ୍ଧମାଳରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ପାଇଁ ଏକ ସଂଗଠିତ ନେଟୱର୍କ କାମ କରୁଥିବା ସନ୍ଦେହ କରୁଛି ଏସଟିଏଫ୍ । ଦୀର୍ଘ ବର୍ଷ ଧରି ଏହି ରାକେଟ୍ ସକ୍ରିୟ ଥିବା ଆଶଙ୍କା ରହିଛି । ଗଞ୍ଜେଇର ଉତ୍ସ, ଆର୍ଥିକ କାରବାର ଏବଂ ସିଣ୍ଡିକେଟର ଅନ୍ୟ ସଦସ୍ୟଙ୍କୁ ନେଇ ତଦନ୍ତ ଜାରି ରହିଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

