ପାରାଦ୍ୱୀପ ଲକ୍ ଥାନା ପୋଲିସ କୁ ଆଉ ଏକ ବଡ଼ ସଫଳତା
News Prime Odisha | 01 Oct 2026 | 4 min read | 68 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ଵୀପ ଲକ୍ ଥାନା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ବେଆଇନ୍ ନିଶା କାରବାର ଚଳାଇଥିବା କୁଖ୍ୟାତ ନିଶା ବେପାରୀ ଚିନ୍ମୟ ବେହେରାକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଚିନ୍ମୟ ଲକ୍ ଥାନା ଅଧୀନ ବିଶ୍ଵାଳି ଗ୍ରାମର ଫଗୁ ବେହେରାଙ୍କ ପୁଅ ବୋଲି ଜଣାପଡ଼ିଛି । ତା’ ନିକଟରୁ ପୋଲିସ ୧୦.୨୨ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରିଛି । ସୂଚନା ଅନୁଯାୟୀ, ଚିନ୍ମୟ ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ବ୍ରାଉନ୍ସୁଗାର କାରବାର କରି ଆସୁଥିଲା । ଆଜି କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଲକ୍ ଥାନା ପୋଲିସର ଏକ ଟିମ୍ ଚଢ଼ାଉ କରି ଚିନ୍ମୟକୁ କାବୁ କରିବା ସହ ତା’ ନିକଟରୁ ୧୦.୨୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଥିଲେ । ଅଭିଯୁକ୍ତ ଚିନ୍ମୟ ନାମରେ ପୂର୍ବରୁ ମଧ୍ୟ ଲକ୍ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଆସନ୍ତାକାଲି ଅଭିଯୁକ୍ତ ଚିନ୍ମୟକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

