ଜଗତସିଂହପୁର ଅବକାରୀ ବିଭାଗକୁ ସଫଳତା, ଗିରଫ ହେଲେ ନିଶାମାଫିଆ
sumanta swain | 23 Sep 2026 | 6 min read | 145 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଆଜି ସକାଳ ପ୍ରାୟ ୯ଟା ସମୟରେ ପାରାଦ୍ବୀପ ଲକ୍ ଥାନା ଅନ୍ତର୍ଗତ ଜିରୋ ପଏଣ୍ଟ ରେ ଚଢଉ କରି ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ପାରାଦୀପ ଅବକାରୀ ଥାନା ।ଯାଞ୍ଚ ପରେ ତାଙ୍କ ପାଖରୁ ୩୨ ଗ୍ରାମର ହେରୋଇନ୍ ଓ ଗୋଟିଏ ସୁଜୁକି ଆସେସ୍ ସ୍କୁଟି(ଓଡି-୨୧-ଟି-୫୪୮୮) ଜବତ କରାଯାଇଛି । ସୂଚନାଯୋଗ୍ଯ ଯେ ପାରାଦ୍ବୀପଗଡ କତକୁଲା ଗ୍ରାମର ପ୍ରମୋଦ ପାଳ (୨୯) ଦୀର୍ଘ ଦିନ ଧରି ଜିରୋ ପଏଣ୍ଟ ଓ ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ସମ୍ପର୍କ ରେ ପାରାଦୀପ ଅବକାରୀ ଥାନାକୁ ଅଭିଯୋଗ ମିଳିଥିଲା । ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ଯରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପାଇବା ପରେ ପାରାଦୀପ ଅବକାରୀ ଥାନାର ଉପ ନିରିକ୍ଷକ ଧର୍ମପଦ ଦାସଙ୍କ ନେତୃତ୍ବରର ଏକ ଟିମ୍ ଗଠନ ହୋଇଥିଲା । ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ପାରାଦୀପ ଅବକାରୀ ଥାନାର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ମାଡିବସିଥିଲେ । ଜବତ ହେରୋଇନ୍ ସହ ସ୍କୁଟି ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ କୁଜଙ୍ଗଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାମରେ ମାମଲା ଥିବାର ସନ୍ଦେହ ରେ ଅବକରୀ ବିଭାଗ ତରଫରୁ ଖୋଳତାଡ ଆରମ୍ଭ ହୋଇଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ । ସେ କହିଛନ୍ତି ଅବକାରୀ ବିଭାଗ ମୂଳ ପର୍ଯ୍ୟନ୍ତ ଯିବ। ଅଭିଯୁକ୍ତ ଜଣଙ୍କ କେଉଁଠୁ ହେରୋଇନ୍ ଆଣୁଥିଲେ ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟକୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି ଅବକାରୀ ବିଭାଗ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

