ବ୍ରାଉନ ସୁଗାର ଜବତ, 6 ଗିରଫ
News Prime Odisha | 24 Oct 2026 | 5 min read | 149 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ ପୋଲିସର ବଡ଼ଧରଣର ଚଢ଼ଉ କରାଯାଇ ନିଶା କାରବାରର ପର୍ଦ୍ଦାଫାଶ କରାଯିବା ସହ ବ୍ରାଉନସୁଗାର ଜବତ ହୋଇଛି । କୁଟିଳାଗ୍ରାମଦୟାଲପୁର ଗାଁରେ ହୋଇଥିବା ଏହି ଚଢ଼ଉ ସମୟରେ ଘଟଣାସ୍ଥଳରୁ ୬୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୁଟିଳାଗ୍ରାମଦୟାଲପୁର ଗାଁର ଗୋଟିଏ ପରିବାରର ମା ଝୁନି ଦାସ, ଦୁଇ ପୁଅ ପପୁ ଓରଫ ଦୁର୍ଗା ପ୍ରସାଦ ଦାସ ଓ ଟିମା ଓରଫ ବିଭୁ ପ୍ରସାଦ ଦାସ ହୋଇଥିବା ବେଳେ ଅନ୍ୟମାନେ ହେଉଛନ୍ତି ତିର୍ତ୍ତୋଲ ଥାନା କଣ୍ଟାପଡ଼ା ଗ୍ରାମର ସରୋଜ କୁମାର ଦାସ,କନକପୁର ଗ୍ରାମର କୌଶିକ ରାଉଳ ଓ ଜଗତସିଂହପୁର ଥାନା ମାର୍କଣ୍ଡପୁର ଗ୍ରାମର ସୌଭାଗ୍ୟ ରଂଜନ ସିଂହ । ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଧଳା ରଙ୍ଗର କାର୍, ଗୋଟିଏ ମୋଟରସାଇକେଲ୍, ଗୋଟିଏ ସ୍କୁଟି, ୫ଟି ମୋବାଇଲ୍ ଫୋନ୍ ଏବଂ ଅପରାଧିକ କାର୍ଯ୍ୟରୁ ମିଳିଥିବା ନଗଦ ୮,୨୦୦ ଟଙ୍କା ଜବତ କରାଯାଇଛି । ଏନେଇ ତିର୍ତ୍ତୋଲ ଥାନାରେ ନିଶା ନିରୋଧୀ ଆଇନ୍ ଅନୁସାରେ ମାମଲା ରୁଜୁ ହୋଇଥିବାବେଳେ ଏହି ନିଶା କାରବାରର ମୁଖ୍ୟ ଚେର ଖୋଜିବା ପାଇଁ ତଦନ୍ତ ଜାରି ରହିଛି ଏବଂ ଫରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଶେଷ ଟିମ୍ ଗଠନ ହୋଇଥିବାର ଜଗତସିଂହପୁର ଏସପି ଅଙ୍କିତ ବର୍ମା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

