ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ପାରାଦୀପ ବନ୍ଦରର ନୂତନ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

sumanta swain | 11 Oct 2026 | 6 min read | 125 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ବନ୍ଦର ପ୍ରାଧିକରଣ ଅଧୀନସ୍ଥ ମେକାନାଇଜ୍‌ଡ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ (ଏମସିଏଚପି) ରେ ଗତ ଶନିବାର ଦିନ ଗୋଟିଏ ଦିନରେ ସର୍ବାଧିକ ୧,୪୦,୦୨୨ ମେଟ୍ରିକ୍ ଟନ୍ କୋଇଲା ଲୋଡ଼ିଂ କରି ନୂତନ ରେକର୍ଡ ସ୍ଥାପନ କରିଛି। ଏମ.ଭି.ଏପିଜେ ଇନ୍ଦ୍ରାଣୀ ଏବଂ ଏମ.ଭି.ରିପ୍ଲେ ପିନାକ୍ଲ ନାମକ ଦୁଇଟି ଜାହାଜରେ ଏହି କୋଇଲା ଲୋଡିଂ କରାଯାଇଛି ।
ଏହି ସଫଳତା ଗତ ୨୦୨୨ ମସିହା ମେ ୨୯ରେ ଏମ.ଭି. ଅରେଥୋଉସା ଏବଂ ଏମ.ଭି.ଆଇଏସଏଲ ଷ୍ଟାର ଜାହାଜରେ ହାସଲ ହୋଇଥିବା ୧,୩୭,୫୦୦ ମେଟ୍ରିକ୍ ଟନ୍‌ର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ନୂତନ ରେକର୍ଡ ପୂର୍ବ ରେକର୍ଡଠାରୁ ୨,୫୨୨ ମେଟ୍ରିକ୍ ଟନ୍ ଅଧିକ, ଯାହା ବନ୍ଦରର ପଣ୍ୟ ପରିଚାଳନା ଦକ୍ଷତା ଓ କାର୍ଯ୍ୟକ୍ଷମତାରେ ଉନ୍ନତିକୁ ପ୍ରତିଫଳିତ କରୁଛି ।
ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଏମସିଏଚପି ସହ ସମ୍ପୃକ୍ତ ସମସ୍ତ ଶ୍ରମିକ, ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସେମାନଙ୍କର ନିଷ୍ଠା, ସମନ୍ୱିତ ପ୍ରୟାସ ଓ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଏହି ସଫଳତାକୁ ବନ୍ଦର କର୍ମଚାରୀଙ୍କ ସାମୂହିକ ଉଦ୍ୟମର ଫଳ ବୋଲି ଅଭିହିତ କରିଛନ୍ତି ।
ଏହି ମାଇଲଖୁଣ୍ଟ ପାରାଦୀପ ବନ୍ଦରର ଦକ୍ଷ ପଣ୍ୟ ପରିଚାଳନା, ଜାହାଜ ପରିଚାଳନାରେ ସମନ୍ୱୟ ଏବଂ ଉପଲବ୍ଧ ଭିତ୍ତିଭୂମିର ଉତ୍ତମ ଉପଯୋଗକୁ ପ୍ରମାଣିତ କରୁଛି । ଏଥିସହିତ ଦେଶର ବାଣିଜ୍ୟ ଓ ଲଜିଷ୍ଟିକ୍ସ କ୍ଷେତ୍ରକୁ ସମର୍ଥନ ଯୋଗାଇବା ସହ ଭାରତର ପୂର୍ବ ଉପକୂଳରେ ଏକ ପ୍ରମୁଖ ନୌବାଣିଜ୍ୟିକ କେନ୍ଦ୍ର ଭାବେ ପାରାଦୀପ ବନ୍ଦରର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...