ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ସାଇବର ଆଇନ୍ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

sumanta swain | 02 Oct 2026 | 12 min read | 34 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସିଙ୍ଘାରପୁର ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରଦ୍ଯୁମ୍ନ କୁମାର ନାୟକଙ୍କ ନିର୍ଦ୍ଧେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସାଇବର ନିୟମ ଓ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜିଲ୍ଲା ପୁଲିସର ସାଇବର ବିଶେଷଜ୍ଞ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସାଇବର ଆଇନ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଯାହା ଦ୍ୱାରା ସମସ୍ତ ପ୍ରକାରର ସାଇବର ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ । ଏହି ଆଇନରେ ଡିଜିଟାଲ କ୍ଷେତ୍ର ସହିତ ଜଡିତ ବିଭିନ୍ନ ଆଇନଗତ ସମସ୍ୟା ଯେପରିକି ସାଇବର ଅପରାଧ, ଇ-କମର୍ସ, ତଥ୍ୟ ଗୋପନୀୟତା ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ । ସାମାଜିକ ଗଣମାଧ୍ୟମ ଯଥା ଫେସବୁକ, ୱାଟସଅପ୍, ଇନଷ୍ଟାଗ୍ରାମ, ଏକ୍ସ ଇତ୍ୟାଦି କିପରି ସୁରକ୍ଷିତ ଭାବେ ବ୍ୟବହାର କରିହେବ ଏହି ବିଷୟରେ ସଚିବ ସଚେତନ କରିଥିଲେ । ଏହା ସହ ଅତିତରେ ଘଟିଥିବା କିଛି ସାଇବର ଅପରାଧ ବିଷୟରେ ଆଲୋଚନା କରି ସାଇବର ମାମାଳା ଅଦାଲତରେ କିପରି ପରିଚାଳନା କରାଯାଏ ଏବଂ ସାଇବର ଅପରାଧୀଙ୍କ ପାଇଁ ଥିବା ଦଣ୍ଡ ବିଧାନ ସମ୍ପର୍କରେ ମଧ୍ୟ ସଚିବ ଆଲୋଚନା କରିଥିଲେ । ସାଇବର ବିଶେଷଜ୍ଞ କହିଥିଲେ ଯେ ସାଇବର ଆଇନ ଅନୁଯାଇ ବିଭିନ୍ନ ପ୍ରକାରର ସାଇବର ଠକେଇ ଅନ୍ତର୍ଭୁକତ । ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଏକ ଧାରାରେ ପରିଣତ ହୋଇଯାଇଛି । ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରିବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ନିଜର ବ୍ୟକ୍ତିଗତ ତଥ୍ୟ କୌଣସି ଅଜଣା ବ୍ୟକ୍ତିଙ୍କୁ ଅନଲାଇନ ମାଧ୍ୟମରେ ନଜଣାଇବା ଓ ସାମାଜିକ ଗଣମାଧ୍ୟମରେ ଯୋଗାଯୋଗ ନମ୍ବର, ଠିକଣା, ଜନ୍ମ ତାରିଖ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଇତ୍ୟାଦି ପୋଷ୍ଟ କରିବା ଅନୁଚିତ । ଅନଲାଇନ ଖେଳ ଠାରୁ ଯଥା ସମ୍ଭବ ଦୂରରେ ରହିବା ଉଚିତ । ପ୍ରତେକ ସମୟରେ ଜଟିଳ ପାସୱାର୍ଡ ଦେବା ଓ ସାର୍ବଜନୀନ ସ୍ଥାନରେ ଦିଆଯାଇଥିବା ନିଶୁଳ୍କ ୱାଇ- ଫାଇ ସେବା ବ୍ୟବହାର କରିବା ସମୟରେ କୌଣସି ବ୍ୟାଙ୍କିଙ୍ଗ କାର୍ଯ୍ୟ ନକରିବା ଉଚିତ । ଅଜଣା ନୁମ୍ବରରୁ ଲୋନ, ଲଟେରୀ, ଚାକିରି ଏବଂ ପୁରସ୍କାର ସମ୍ବନ୍ଧୀୟ ମେସେଜ ବା ଫୋନ କଲ୍ ଆସୁଥିଲେ ତାକୁ ଅନାଦେଖା କରିବା । ଏଟିଏମ ନମ୍ବର, ପିନ, ଜନ୍ମ ତାରିଖ ଇତ୍ୟାଦି ଫୋନ ମାଧ୍ୟମରେ କାହାକୁ ନଦେବା ଏବଂ ଅନଲାଇନ ଗେମ୍ ମାଧ୍ୟମରେ ଟଙ୍କା ନିବେଶ କରିବା ଅନୁଚିତ । ଯଦି ସାମାଜିକ ଗଣମାଧ୍ୟମରେ କିଛି ଅସାମାଜିକ ଯୁବତୀ ଭିଡିଓ କଲ କରନ୍ତି ଏବଂ ସେମାନଙ୍କର ନଗ୍ନ ଫଟୋ ଦେଖାଇ ଟଙ୍କା ମାଗନ୍ତି। ତେବେ ତୁରନ୍ତ ଥାନାରେ ଜଣାଇବା ଉଚିତ । କିଛି ସାଇବର ଲୁଟେରା ପୁଲିସ, କଷ୍ଟମ କିମ୍ବା ସିବିଆଇ ଅଧିକାରୀ ଭାବେ ନିଜକୁ ପରିଚୟ ଦେଇ ଅନଲାଇନ ଭିଡିଓ କଲ ବା ମେସେଜ ମାଧ୍ୟମରେ “ଡିଜିଟାଲ ଆରେସ୍ଟ” ପରି ଶବ୍ଦ ବ୍ୟବହାର କରି ଟଙ୍କା ମାଗନ୍ତି ତାହାହେଲେ ବିଚଳିତ ନହୋଇ ନିକଟସ୍ଥ ଥାନାରେ ତୁରନ୍ତ ରିପୋଟ କରିବାପାଇଁ ସାଇବର ବିଶେଷଜ୍ଞ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...