ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଓୟୁଏଟି ତରଫରୁ ଚାଷୀ ସଚେତନତା ତାଲିମ ଶିବିର ଏଵଂ କ୍ଷେତ୍ର ପ୍ରଦର୍ଶନ

sumanta swain | 03 Oct 2026 | 10 min read | 40 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ସର୍ବଭାରତୀୟ ସମନ୍ଵିତ ରୋପଣ ଫସଲ ପ୍ରକଳ୍ପ ଏଵଂ ତୃଣକ ପରିଚାଳନା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ମିଳିତ ପ୍ରୟାସରେ ଅନୁସୂଚିତ ଜାତି ଉପଯୋଜନା ଆନୁକୁଲ୍ୟରେ ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ, କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ଗ୍ରାମରେ ଏକ କୃଷକ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଛି ଯେଉଁଥିରେ ୫୦ ଜଣ ଅନୁସୂଚିତ ଜାତିର କୃଷକ ଓ କୃଷି ମହିଳା ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ମୂର୍ତ୍ତିକା ବୈଜ୍ଞାନିକ ଡ଼ ପ୍ରଦୀପ୍ତ ମାଝୀ ପରିଚାଳନା କରିଥିଲେ । ଏହି ଅବସରରେ ଅଖିଳ ଭାରତୀୟ ସମନ୍ଵିତ ତୃଣକ ପରିଚାଳନା ଗବେଷଣା ପ୍ରକଳ୍ପ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭାରପ୍ରାପ୍ତ ଅଧିକାରୀ, ବୈଜ୍ଞାନିକ ଡ଼. ସାରିକା ଜେନା, ଉଦବୋଧନ ଦେଇ କହିଥିଲେ ଯେ ଧାନ,ପନିପରିବା ଓ ଅନ୍ୟ ଫସଲରେ ଘାସ ହେଉଛି ଉତ୍ପାଦନ କମିବାର ଏକ ପ୍ରମୁଖ କାରଣ ଏବଂ ଏହାର ପ୍ରତିକାର ଉପରେ ଆଲୋକପାତ କରିଥିଲେ । ଫସଲ ଉତ୍ପାଦନରେ ତୃଣକ ପରିଚାଳନାର ଗୁରୁତ୍ବ ଓ ତାହାର ବିଭିନ୍ନ ପଦ୍ଧତି ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ସର୍ବଭାରତୀୟ ସମନ୍ୱିତ ରୋପଣ ଫସଲ ଗବେଷଣା ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ଼ଃ. ଅଜିତ କୁମାର ସାହୁ ଚାଷୀମାନଙ୍କୁ ନଡ଼ିଆ ବଗିଚାର ସମନ୍ୱିତ ପରିଚାଳନା ଉପରେ ଜ୍ଞାନ ପ୍ରଦାନ କରିଥିଲେ । ଜମି ପ୍ରସ୍ତୁତି, ଖତ ସାର ଏବଂ ଜଳ ପରିଚାଳନା ପ୍ରଣାଳୀ ତତସହିତ ନଡ଼ିଆ ଗଛରେ କିପରି ରୋଗ ପୋକ ପରିଚାଳନା ସହିତ ଅନ୍ୟାନ୍ୟ ରୋପଣ ଫସଲକୁ କିପରି ପରିଚାଳନା କରିବେ ତାହା ବିସ୍ତୃତ ଭାବରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଅଳ୍ପ ଖର୍ଚ୍ଚରେ କିପରି ନଡ଼ିଆ ଚାଷ କରିବା ଓ ଚାଷୀ କିପରି ଅଧିକ ଲାଭବାନ ହେଇପାରିବେ ତାହାର ହିସାବ ଚାଷୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଉପସ୍ଥିତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କୃଷି ସାମଗ୍ରୀ, ତୃଣନାଶକ ଓ ତୃଣନାଶକ ସମ୍ବନ୍ଧୀୟ ସଚେତନତା ପତ୍ରିକା ପ୍ରଦାନ କରାଯାଇଥିଲା ପରବର୍ତ୍ତୀ ସମୟରେ ମିଳିତ ଅନୁକୁଲ୍ୟରେ ତିର୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ଗ୍ରାମରେ ନଡ଼ିଆ ଚାରା ରୋପଣ ଏବଂ ପରିଚାଳନାର କ୍ଷେତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ଅନୁସୂଚିତ ଜାତିର କୃଷକ ଓ କୃଷି ମହିଳା ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ । ଡ଼ଃ. ଅଜିତ କୁମାର ସାହୁ ଚାଷୀ ମାନଙ୍କୁ ନଡ଼ିଆ ବଗିଚାର ସମନ୍ୱିତ ପରିଚାଳନା ଉପରେ ଜ୍ଞାନ ପ୍ରଦାନ କରି ନଡ଼ିଆ ଚାରା ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ଼ଃ. ଜୀବନଜିତ୍ ସେନ୍ ପରିଚାଳନା କରିଥିଲେ । ବାଗୋଇ ଗ୍ରାମର ଉମେଶ ମଲ୍ଲିକ ଏବଂ ଗରାମ ଗ୍ରାମର କଲ୍ୟାଣୀ ବାରିକ ସହଯୋଗକରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...