ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ସେବା ସଂକଳ୍ପ ଅଭିଯାନ-୨୦୨୬” ଅବସରରେ ଏରସମା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ଜଳାତଙ୍କ ରୋଗର ସଚେତନତା କାର୍ଯ୍ୟକ୍ରମ

sumanta swain | 28 Sep 2026 | 8 min read | 37 views

pozecon
News Prime Odisha
ଏରସମା ( ଏନ. ପି.ଓ ) : ୧୭ ସେପ୍ଟେମ୍ବର ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପାଳନ କରାଯାଉଥିବା “ସେବା ସଂକଳ୍ପ ଅଭିଯାନ-୨୦୨୬” ଅବସରରେ “ସେବାରେ ମୋର ଯୋଗଦାନ” କାର୍ଯ୍ୟକ୍ରମ ଅନ୍ତର୍ଗତ ଏରସମା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏରସମା ବ୍ଲକର ୧୦ ଗୋଟି ଉଚ୍ଚ ବିଦ୍ୟାଳୟରେ ଜଳାତଙ୍କ ରୋଗର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ୧-ଚମ୍ପେଶ୍ୱର ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ,ଡିହସାହି, ୨-ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ପୋଖରୀଆପଡ଼ା, ୩-ଗାଦିବ୍ରହ୍ମ ଉଚ୍ଚ ବିଦ୍ୟାଳୟ,ଅସରଣା, ୪-ଗ୍ରାମେଶ୍ୱର ଉଚ୍ଚ ବିଦ୍ୟାଳୟ,ପଞ୍ଚପଲ୍ଲୀ ରେ ବ୍ଲକ୍ ବିଡିଓ ଦାଶରଥି ଜେନା ଓ ବ୍ଲକ୍ ପ୍ରାଣିଚିକିତ୍ସା ଅଧିକାରୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜଳାତଙ୍କ ରୋଗର ସଚେତନତା ଉପରେ ଆଲୋକପାତ କରିଥିଲେ। ସେହିପରି ୫-ଓଡିଶା ଆଦର୍ଶ ବିଦ୍ୟାଳୟ,ସିହା, ୬-ସରକାରୀ ଉଚ୍ଚ ବିଦ୍ୟାଳୟ,ଏରସମା ଓ ୭-କାଳିଆବୁଦା ଗାଦିବ୍ରହ୍ମ ଉଚ୍ଚ ବିଦ୍ୟାଳୟ,ଜପା ରେ ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ଅଧିକାରୀ,ଏରସମା ତଥା ୮-ହାଡ଼ିବନ୍ଧୁ ଉଚ୍ଚ ବିଦ୍ୟାଳୟ,ମନ୍ଦିରା,ପଲ୍ଲୀକଣ୍ଟା, ୯-ସାରଳା ଉଚ୍ଚ ବିଦ୍ୟାଳୟ,ଭିତର ଅନ୍ଧାରୀ ଓ ୧୦-ପତିତପାବନ ଉଚ୍ଚ ବିଦ୍ୟାଳୟ,ସିଙ୍ଗିପୁର ରେ ଏରସମା ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ସହିତ ଜଳାତଙ୍କ ରୋଗ ସଚେତନତା ସମ୍ବନ୍ଧରେ ଆଲୋଚନା କରିଥିଲେ ।

ଏହି ଅବସରରେ ଉପରୋକ୍ତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଏରସମା ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ସିଆର୍ ସିସି ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଜଳାତଙ୍କ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି ଦ୍ୱାରା ଏହି ରୋଗର ନିୟନ୍ତ୍ରଣ ଓ ପ୍ରତିକାର କରିବା ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଏହି ଅବସରରେ ଉପସ୍ଥିତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଜଳାତଙ୍କ ରୋଗ ସମ୍ବନ୍ଧରେ ନିଜ ପରିବାର ଓ ଗାଁ ଲୋକଙ୍କୁ ଏହି ମାରାତ୍ମକ ଜଳାତଙ୍କ ରୋଗ ବିଷୟରେ ସଚେତନ କରାଇବା ପାଇଁ ସଂକଳ୍ପ ନେଇଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...