ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

୬ ଟି ସ୍ୱୀକୃତିପ୍ରାପ୍ତ ଫେଡେରେସନ ର ଦୁଇ ଦିନିଆ ବୈଠକ : ପୋର୍ଟ ଓ ଡକ୍ କର୍ମଚାରୀଙ୍କ ନୂତନ ବେତନ ସଂଶୋଧନ ଦାବୀ

sumanta swain | 01 Nov 2026 | 9 min read | 61 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ତାମିଲନାଡୁ ର ତୁଟିକୋରିନ୍ ଠାରେ ଦେଶର ସମସ୍ତ ପ୍ରମୁଖ ବନ୍ଦରରେ କାର୍ଯ୍ୟରତ ଗ୍ରୁପ୍ 'ସି' ଓ 'ଡି' ପୋର୍ଟ ଏବଂ ଡକ୍ କର୍ମଚାରୀଙ୍କ ବେତନ ସଂଶୋଧନ, ଅବସରକାଳୀନ ସୁବିଧା ଏବଂ ଅନ୍ୟାନ୍ୟ ସେବା ସର୍ତ୍ତାବଳୀକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୦୧ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବାକୁ ଥିବା ପରବର୍ତ୍ତୀ ୫ ବର୍ଷିଆ ବେତନ ଚୁକ୍ତି ପାଇଁ ଦେଶର ୬ଟି ସ୍ୱୀକୃତିପ୍ରାପ୍ତ ଫେଡେରେସନ ପକ୍ଷରୁ ମିଳିତ 'ଚାର୍ଟର ଅଫ୍ ଡିମାଣ୍ଡ୍' ଆନୁଷ୍ଠାନିକ ଭାବେ ପ୍ରସ୍ତୁତ କରାଯାଇ ସମସ୍ତ ପ୍ରମୁଖ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷମାନଙ୍କୁ ପ୍ରଦାନ କରାଯାଇଛି ।
ତାମିଲନାଡୁର ତୁଟିକୋରିନ୍ (ଭି.ଓ.ସି. ପୋର୍ଟ) ଠାରେ ଅକ୍ଟୋବର ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଏହି ଐତିହାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ୬ଟି ମାନ୍ୟତାପ୍ରାପ୍ତ ଫେଡେରେସନର ରାଷ୍ଟ୍ରୀୟ ସଭାପତି ଓ ସାଧାରଣ ସମ୍ପାଦକମାନେ ଉପସ୍ଥିତ ରହି ଦାବିପତ୍ରର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ବୈଠକରେ ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୂର ମହାସଂଘ (ବିଏମଏସ) ତରଫରୁ ସର୍ବଭାରତୀୟ ସଭାପତି ଶ୍ରୀକାନ୍ତ ରାଏ ଏବଂ ସାଧାରଣ ସମ୍ପାଦକ ସୁରେଶ ପାଟିଲ ଯୋଗଦେଇ କର୍ମଚାରୀମାନଙ୍କ ମୌଳିକ ସମସ୍ୟା ଉପସ୍ଥାପନ କରିଥିଲେ। ବୈଠକରେ ଶ୍ରୀକାନ୍ତ ରାଏ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ କେତେକ ଅତ୍ୟନ୍ତ ଆଧୁନିକ ତଥା ଯୁଗୋପଯୋଗୀ ପ୍ରସଙ୍ଗ ଉଠାଇ ତାହାକୁ ଚାର୍ଟର ଅଫ୍ ଡିମାଣ୍ଡରେ ସାମିଲ କରିବା ପାଇଁ ଦୃଢ଼ ଦାବି ଜଣାଇଥିଲେ l କର୍ମଚାରୀମାନଙ୍କ ପାଇଁ କ୍ୟାଫେଟେରିଆ ସୁବିଧା ଲାଗୁ କରିବା,
ପ୍ରତ୍ୟେକ କର୍ମଚାରୀଙ୍କୁ ମାସିକ ମୋବାଇଲ୍ ରିଚାର୍ଜ ଓ ଇଣ୍ଟରନେଟ୍ ଖର୍ଚ୍ଚର ପ୍ରତିପୂର୍ତ୍ତି ପ୍ରଦାନ,
କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ମୋବାଇଲ୍ ଫୋନ୍ ଏବଂ ଲ୍ୟାପଟପ୍ କ୍ରୟ ବାବଦ ଖର୍ଚ୍ଚର ଭରଣା,ବନ୍ଦର
ଗୁଡିକରେ କାର୍ଯ୍ୟରତ ଠିକା ଶ୍ରମିକ ଓ କର୍ମଚାରୀମାନଙ୍କ ବେତନ ସଂଶୋଧନ ଏବଂ ସେମାନଙ୍କ ସେବା ସର୍ତ୍ତାବଳୀରେ ଉନ୍ନତି ଆଣିବା,
ପୂର୍ବ ବେତନ ଚୁକ୍ତିର ଅବଧି ୩୧ ଡିସେମ୍ବର ୨୦୨୬ରେ ଶେଷ ହେବାକୁ ଯାଉଥିବା ବେଳେ, ୦୧.୦୧.୨୦୨୭ରୁ ଯେପରି ବିଳମ୍ବ ନ ହୋଇ ତୁରନ୍ତ ନୂତନ ବେତନ ହାର କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ କେନ୍ଦ୍ର ସରକାର ତଥା ଭାରତୀୟ ପୋର୍ଟସ ଆସୋସିଏସନ (ଆଇପିଏ) ତୁରନ୍ତ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବାକୁ ୟୁନିଅନ୍ ନେତୃବୃନ୍ଦ ଦାବି କରିଛନ୍ତି ବୋଲି ପାରାଦୀପ ର ବିଏମଏସ ତରଫରୁ ସୂଚନା ମିଳିଛି l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...