ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଆଗାମୀ ୫ ବର୍ଷ ପାଇଁ ପିଏଲଆର ସଂଶୋଧନ ନେଇ ଇଣ୍ଡିଆନ ପୋର୍ଟ ଆସୋସିଏସନ ର ବୈଠକ: ଶ୍ରମିକଙ୍କ ସ୍ୱାର୍ଥ ସହ ଠିକା କର୍ମଚାରୀଙ୍କ ସୁବିଧା ଦାବି

sumanta swain | 08 Oct 2026 | 7 min read | 113 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ୨୦୨୬-୨୭ ରୁ ୨୦୩୦-୩୧ ୮ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ପିଏଲଆର ରିଭିଜନ ସମ୍ପର୍କରେ ଆଜି ସକାଳ ୧୧ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ପୋର୍ଟ ଆସୋସିଏସନ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦେଶର ବିଭିନ୍ନ ମେଜର ପୋର୍ଟ ର ଅଧ୍ୟକ୍ଷ, ଆସୋସିଏସନ ର ଅଧ୍ୟକ୍ଷ ଏବଂ ବିଭିନ୍ନ ପୋର୍ଟ ଫେଡେରେସନ୍‌ର ସଭାପତି ଓ ସାଧାରଣ ସମ୍ପାଦକମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୂର ମହାସଂଘର ସଭାପତି ଶ୍ରୀକାନ୍ତ ରାୟ ଏବଂ ସାଧାରଣ ସମ୍ପାଦକ ସୁରେଶ ପାଟିଲ ଉପସ୍ଥିତ ରହି ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଦାବି ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ମହାସଂଘ ପକ୍ଷରୁ ପିଏଲଆର ର ଲୱେର କାପିଙ୍ଗ କୁ ବର୍ତ୍ତମାନର ସୀମାଠାରୁ ବୃଦ୍ଧି କରି ଅଧିକ ଯୁକ୍ତିସଙ୍ଗତ ଓ ଶ୍ରମିକଙ୍କ ପାଇଁ ଲାଭଦାୟକ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ ଅନ୍ୟ ଶିଳ୍ପ କ୍ଷେତ୍ରରେ ଯେପରି ବୋନସ ବ୍ୟବସ୍ଥା କରାଯାଉଛି, ସେହି ଢାଞ୍ଚାରେ ପୋର୍ଟ ଶ୍ରମିକମାନଙ୍କ ପାଇଁ ପିଏଲଆର ବ୍ୟବସ୍ଥାକୁ ଅଧିକ ନ୍ୟାୟସଙ୍ଗତ ଓ ସୁବିଧାଜନକ କରାଯିବା ନେଇ ମଧ୍ୟ ମତ ରଖାଯାଇଥିଲା ।
ବୈଠକରେ ଠିକା କର୍ମଚାରୀଙ୍କ ବେତନ ପ୍ରଦାନ ବ୍ୟବସ୍ଥାକୁ ପିଏଲଆର ପରିଧିରେ ସାମିଲ କରିବା ନେଇ ମଧ୍ୟ ମହାସଂଘ ପକ୍ଷରୁ ଦାବି ଉପସ୍ଥାପିତ ହୋଇଥିଲା । ଠିକା କର୍ମଚାରୀମାନଙ୍କୁ ବନ୍ଦର ପ୍ରାଧିକରଣ ମାଧ୍ୟମରେ ପ୍ରତ୍ୟକ୍ଷ ବେତନ ପ୍ରଦାନ ସହିତ ମେଡିକାଲ ସୁବିଧା, ପିଏଫ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମାଜିକ ସୁରକ୍ଷା ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ମହାସଂଘ ପକ୍ଷରୁ ଦୃଢ଼ ମତ ରଖାଯାଇଥିଲା । ଶ୍ରୀକାନ୍ତ ରାୟ ଓ ସୁରେଶ ପାଟିଲ ଙ୍କ ପକ୍ଷରୁ ଉପସ୍ଥାପିତ ଏହି ଦାବିଗୁଡ଼ିକ ଆଗାମୀ ପିଏଲଆର ରିଭିଜନ ରେ ବନ୍ଦର ଶ୍ରମିକ ଓ ଠିକା କର୍ମଚାରୀଙ୍କ ଆର୍ଥିକ ତଥା ସାମାଜିକ ସ୍ୱାର୍ଥକୁ ଅଧିକ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ବହନ କରୁଥିବା ନେଇ ପାରାଦୀପର ଶ୍ରମିକ ନେତା ଶ୍ରୀକାନ୍ତ ରାୟ ସୂଚନା ଦେଇଛନ୍ତି l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...