ଜଗତସିଂହପୁର ଜୁଡୋ ଦଳ ରାଜ୍ୟ ଚାମ୍ପିଅନସିପ୍ ପାଇଁ ସମ୍ବଲପୁର ଯାତ୍ରା
sumanta swain | 02 Oct 2026 | 6 min read | 44 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଜୁଡୋ ଚାମ୍ପିଅନସିପ୍ ୨୦୨୬-୨୭ରେ ଅଂଶଗ୍ରହଣ କରିବା ପାଇଁ ଆଜି ଜଗତସିଂହପୁର ଜିଲ୍ଲା ଜୁଡୋ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପାରାଦୀପ ମୁନିସିପାଲିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଏବଂ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ଙ୍କ ପାରାଦୀପ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ l ଏହି ଚାମ୍ପିଅନସିପ୍ ଚାରୋଟି ବର୍ଗରେ ପ୍ରତିଯୋଗିତା ହେଉଥିବା ବେଳେ ସବ୍-ଜୁନିଅର, କ୍ୟାଡେଟ୍, ଜୁନିଅର ଏବଂ ସିନିଅର ମାନଙ୍କୁ ନେଇ ପାରାଦୀପ ର ଜୁଡୋକୋଚ ତଥା ଜଗତସିଂହପୁର ଜିଲ୍ଲା ଜୁଡୋ ଆସୋସିଏସନ ର ସମ୍ପାଦକ ଲୋପାମୁଦ୍ରା ପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଆଜି ପାରାଦୀପ ଇଣ୍ଡୋର ଷ୍ଟାଡିଅମ ରୁ ଜଗତସିଂହପୁର ଜିଲ୍ଲା ର ଜୁଡୋ ପ୍ରତିଭା ମାନେ ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି l ଜଗତସିଂହପୁର ଜିଲ୍ଲାରୁ ମୋଟ ୩୫ ଜଣ ପ୍ରତିଯୋଗୀ ଚାମ୍ପିଅନସିପ୍ ରେ ଅଂଶଗ୍ରହଣ କରୁଛନ୍ତି। ଦଳ ସହିତ ୨ ଜଣ ପ୍ରଶିକ୍ଷକ ଏବଂ ୨ ଜଣ ଦଳ ପରିଚାଳକ ଅଛନ୍ତି ।ଅଧିକାରୀ ଏବଂ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଦଳକୁ ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଚାମ୍ପିଅନସିପ୍ ପାଇଁ ସମଗ୍ର ଦଳକୁ ଶୁଭକାମନା ଜଣାଇଛନ୍ତି ପାରାଦୀପ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ଙ୍କ ପ୍ରତିନିଧି, ଏହା ସହିତ ସମଗ୍ର ପାରାଦୀପ ବାସି ଓ ଜିଲ୍ଲାବାସୀ ମଧ୍ୟ ଜଗତସିଂହପୁର ଜିଲ୍ଲା ର ଜୁଡୋ ଟିମ ର ବିଜୟ କାମନା କରିଛନ୍ତି l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

