ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ମା’ ରାମଚଣ୍ଡୀ ୟୁଥ୍ କ୍ଲବ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ

News Prime Odisha | 01 Oct 2026 | 5 min read | 143 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ୱୀପ ସ୍ଥିତ ମା’ ସନ୍ତୋଷୀ ଜରାଶ୍ରମ ପରିସରରେ ନିମିଡ଼ିହି ଗ୍ରାମର ମା’ ରାମଚଣ୍ଡୀ ୟୁଥ୍ କ୍ଲବର ସଭାପତି ଭାସ୍କର ସାହୁଙ୍କ ନେତୃତ୍ୱରେ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍‌ର ଯୁବ ସଦସ୍ୟମାନେ ଜରାଶ୍ରମରେ ରହୁଥିବା ଅନ୍ତେବାସୀ ବୃଦ୍ଧ ପିତା ମାତାଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିବା ସହ ଶ୍ରଦ୍ଧାର ସହିତ ଭୋଜନ କରାଇଥିଲେ । ​ଏହି କାର୍ଯ୍ୟକ୍ରମରେ ଗ୍ରାମର ମୁରବୀ ତଥା ସଭାପତି ଗୋଲୋକ ଚନ୍ଦ୍ର ନାୟକଙ୍କ ସମେତ ପାରାଦ୍ୱୀପ ଲକ୍ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ, ପାରାଦ୍ୱୀପଗଡ଼ ଅଞ୍ଚଳର ବିଜେପି ନାରୀ ନେତ୍ରୀ ରୋଜାଲିନ୍ ନାୟକ, ଆଇନଜୀବୀ ସଞ୍ଜୟ କୁମାର ବେହେରା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଯୁବକମାନଙ୍କ ଏହି ସମାଜ ମଙ୍ଗଳ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଆଜିକାଲିର ଯୁବପିଢ଼ି ନାଚ-ଗୀତ ଓ ମନୋରଞ୍ଜନ ଭିତରେ ବ୍ୟସ୍ତ ରହୁଥିବା ବେଳେ, ମା’ ରାମଚଣ୍ଡୀ ୟୁଥ୍ କ୍ଲବ୍‌ର ଯୁବକମାନେ ନିଃସ୍ୱାର୍ଥପର ଭାବେ ଗରିବଙ୍କ ସେବା, ମାଗଣା ଚିକିତ୍ସା ଶିବିର ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ଯୋଗଦାନ ଦେଇ ସ୍ଥାନୀୟ ଅଞ୍ଚଳରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । କ୍ଲବ୍‌ର ଏଭଳି ସେବା ମନୋଭାବ ସାଧାରଣରେ ବେଶ୍ ପ୍ରଶଂସାର ପାତ୍ର ପାଲଟିଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...