ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ରୋଗୀ ଓ ଅସହାୟଙ୍କ ସେବାରେ ମା’ ରାମଚଣ୍ଡୀ ୟୁଥ୍‌ କ୍ଲବ୍‌

sumanta swain | 17 Oct 2026 | 8 min read | 206 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ସେବା ହିଁ ପରମ ଧର୍ମ। ଏହି ମହତ୍‌ ଉଦ୍ଦେଶ୍ୟକୁ ନେଇ ଆଗେଇ ଆସିଛି ପାରାଦ୍ଵୀପଗଡ଼ ପଞ୍ଚାୟତ ନିମିଢ଼ି ଗ୍ରାମର ମା’ ରାମଚଣ୍ଡୀ ୟୁଥ୍‌ କ୍ଲବ୍‌। ଦୀର୍ଘ ୪୦ ବର୍ଷ ଧରି ଶୃଙ୍ଖଳିତ ଭାବେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଆସୁଥିବା ଏହି କ୍ଲବ୍‌ ଏବେ ଅସହାୟଙ୍କ ସେବା ପାଇଁ ଆଗେଇ ଆସିଛି। କ୍ଲବ୍‌ ପକ୍ଷରୁ ପାରାଦ୍ଵୀପ ବିଜୁ ମେମୋରିଆଲ ମେଡିକାଲ ଓ କୁଜଙ୍ଗ ମେଡିକାଲରେ ଚିକିତ୍ସିତ ରୋଗୀଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏଥିସହ ପ୍ରତି ମାସ ସଂକ୍ରାନ୍ତିରେ ଏଭଳି ସେବା କାର୍ଯ୍ୟ ଜାରି ରଖିବାକୁ କ୍ଲବ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜନସେବା ଓ ସମାଜ କଲ୍ୟାଣର ମହତ୍‌ ଉଦ୍ଦେଶ୍ୟ ନେଇ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି ମା’ ରାମଚଣ୍ଡୀ ୟୁଥ୍‌ କ୍ଲବ୍‌।
ପାରାଦ୍ଵୀପଗଡ଼ ନିମିଢ଼ି ଗ୍ରାମର ଏହି କ୍ଲବ୍‌ ଦୀର୍ଘ ୪୦ ବର୍ଷ ଧରି ନିଜର ଶୃଙ୍ଖଳା ଓ ସାମାଜିକ କାର୍ଯ୍ୟକଳାପ ପାଇଁ ପରିଚିତ। କ୍ଲବ୍‌ରେ ୨୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଥିବା ବେଳେ ପ୍ରତିବର୍ଷ ଗଣେଶ ପୂଜା ସମେତ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ତେବେ ଚଳିତ ବର୍ଷ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଦୁଃଖୀ, ଦରିଦ୍ର, ରୋଗୀ ଓ ଅସହାୟଙ୍କ ସେବାକୁ ଗୁରୁତ୍ୱ ଦେଇଛି କ୍ଲବ୍‌।
କ୍ଲବ୍‌ର ସଭାପତି ଭାସ୍କର ସାହୁ ଙ୍କ ନିର୍ଦ୍ଦେଶକ୍ରମେ ଆଜି ପାରାଦ୍ଵୀପ ବିଜୁ ମେମୋରିଆଲ ହସ୍ପିଟାଲ ଏବଂ କୁଜଙ୍ଗ ହସ୍ପିଟାଲ ରେ ପହଞ୍ଚିଥିଲେ କ୍ଲବ୍‌ର ସଦସ୍ୟମାନେ। ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେବା ଓ ସହଯୋଗର ହାତ ବଢ଼ାଇଥିଲେ। ଏହି ସେବା କାର୍ଯ୍ୟକୁ ଆଗାମୀ ଦିନରେ ମଧ୍ୟ ଜାରି ରଖିବାକୁ କ୍ଲବ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ମାସର ସଂକ୍ରାନ୍ତି ଅବସରରେ ଦୁଃଖୀ, ଦରିଦ୍ର ଓ ଅସହାୟଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କ୍ଲବ୍‌ର ସଭାପତି ଓ ସଦସ୍ୟମାନେ ପ୍ରକାଶ କରିଛନ୍ତି। ଏହି ମହତ୍‌ କାର୍ଯ୍ୟକ୍ରମରେ କ୍ଲବ୍‌ର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ମାନବିକତା ଓ ସେବା ମନୋଭାବକୁ ପାଥେୟ କରି କ୍ଲବ୍‌ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...