ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ
sumanta swain | 24 Sep 2026 | 11 min read | 57 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଆଜି ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ,ସମସ୍ତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ, DPMU ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ପ୍ରଗତି, ଆର୍ଥିକ ସ୍ଥିତି ଓ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଥିଲେ ।ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର NHM ଅଧୀନରେ ମୋଟ ଅନୁମୋଦିତ ବଜେଟ୍ର ୧୨୪ ପ୍ରତିଶତ ବ୍ୟୟ ହୋଇଥିବା ସୂଚନା ଦିଆଯାଇଥିଲା । RCH, ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ଟିକାକରଣ, ପୋଷଣ, NCD ଏବଂ Health System Strengthening ଭଳି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ୨୦୨୬-୨୭ ପାଇଁ NHM ଅଧୀନରେ ମୋଟ ଟ.୪୯.୯୭ କୋଟିର ବଜେଟ୍ ବ୍ୟବସ୍ଥା ହୋଇଥିବା ବେଳେ, ଏପ୍ରିଲ୍ରୁ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ୫୪ ପ୍ରତିଶତ ବ୍ୟୟ ହୋଇଥିବା ଉପସ୍ଥାପିତ ହୋଇଥିଲା ।
ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ସେବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। AAM Hospitalର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ପ୍ରଗତିରେ ଥିବା ବେଳେ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଚାଲୁଥିବା ସିଭିଲ୍ କାର୍ଯ୍ୟର ନିୟମିତ ତଦାରଖ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଅଗ୍ନି ନିରାପତ୍ତା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ମିଳିଥିବା ଅର୍ଥର ସଠିକ୍ ବ୍ୟବହାର ଓ ଚାଲୁଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ।
ବୈଠକରେ ସ୍ୱାସ୍ଥ୍ୟ ସେବାର ଡିଜିଟାଲ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ ହିତାଧିକାରୀଙ୍କୁ ABHA ID ମାଧ୍ୟମରେ Health Portal ସହ ମ୍ୟାପିଂ, ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ HFR ଓ HPR ID ସହ ମ୍ୟାପିଂ ଏବଂ PM-JAY ଅଧୀନରେ Hospital Engagement Module (HEM 2.0) କାର୍ଯ୍ୟକାରୀ ହୋଇଥିବା ବିଷୟରେ ସୂଚନା ଦିଆଯାଇଥିଲା। ୨୦୨୬-୨୭ ବର୍ଷ ପାଇଁ Concurrent Auditor ନିଯୁକ୍ତିକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଥିଲା ।
ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟଗୁଡ଼ିକର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷକରି ମହିଳା ଓ ଶିଶୁ ବିକାଶ ବିଭାଗ (WCD/ICDS), ଶିକ୍ଷା ବିଭାଗ, ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜଳ ଓ ପରିମଳ, ନଗର ଉନ୍ନୟନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ଜନସାଧାରଣଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ଆଲୋଚନା ହୋଇଥିଲା ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

