ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ବିଜୟଚନ୍ଦ୍ରପୁର ମହିଳା ପରିଷଦ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

sumanta swain | 21 Sep 2026 | 11 min read | 44 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ବିଜୟଚନ୍ଦ୍ରପୁର ମହିଳା ପରିଷଦ ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ପାରାଦୀପ ପୌରପାଳିକାର ୫ ନମ୍ବର ୱାର୍ଡ ଅନ୍ତର୍ଗତ ତାରିଣିଗଡା ସ୍ଥିତ ବିଜୟଚନ୍ଦ୍ରପୁର ନାଗରିକ ପରିଷଦ ସଭାଗୃହ ଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି l ଏହି ସ୍ୱାସ୍ଥ୍ୟ ଶିବିରକୁ ଉପ-ଜିଲ୍ଲାପାଳ ଶ୍ରୀମତୀ ସାଏଦା ନାଏଲା,ପାରାଦୀପ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବିଜୟଚନ୍ଦ୍ରପୁର ନାଗରିକ ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦୀ, ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା ଏବଂ ଉପସଭାପତି ପିତାମ୍ବର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଥିଲା।
ସ୍ଥାନୀୟ ଅଞ୍ଚଳବାସୀଙ୍କ ନିକଟରେ ବିଶେଷଜ୍ଞ ଙ୍କ ଦ୍ୱାରା ଚିକିତ୍ସା ସେବା ଓ ସ୍ୱାସ୍ଥ୍ୟ ପରାମର୍ଶ ସହଜରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଅଞ୍ଚଳବାସୀଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ। ଏଥିରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ରାଜ କିଶୋର ମଲିକ, ଚକ୍ଷୁରୋଗ ବିଶେଷଜ୍ଞ ଡା. ଦୁର୍ଗା ପ୍ରସାଦ ସେଠୀ, ଭେଷଜ ବିଶେଷଜ୍ଞ ଡା.ସୁଭ୍ରାଂଶୁ ଶେଖର ଆଚାର୍ଯ୍ୟ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଆନସର ଅଲି,ଶିଶୁରୋଗ ବିଶେଷଜ୍ଞ ଡା. ନସ୍ରିନ୍ ଅଲି,ଦନ୍ତ ଓ ମୁଖଗହ୍ୱର ବିଶେଷଜ୍ଞ ଡା. ନିଶୀଥ କୁମାର ବେହେରା,କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ଡା.ଗୋପବନ୍ଧୁ ଦାସ ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l
ଏହି ଅବସରରେ ବିଜୟଚନ୍ଦ୍ରପୁର ମହିଳା ପରିଷଦର ସଭାନେତ୍ରୀ ପ୍ରଭାତ ମଞ୍ଜରୀ ଦାସ, ଉପଦେଷ୍ଟା ଗୀତା ଚୌଧୁରୀ ଏବଂ ସମ୍ପାଦିକା ମଧୁଜସ୍ନା ସ୍ୱାଇଁ ଉପସ୍ଥିତ ରହି ଶିବିରର ଆୟୋଜନ ଓ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିରେ ୫ ନମ୍ବର ୱାର୍ଡର ବହୁ ସଂଖ୍ୟକ ଅଧିବାସୀ ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ବିଭିନ୍ନ ବିଭାଗରେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ବିଶେଷଜ୍ଞ ଡାକ୍ତରମାନଙ୍କ ଠାରୁ ସେମାନେ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ ତଥ୍ୟ ମଧ୍ୟ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ ଓ ସୁଚାରୁ ରୂପେ ସମ୍ପନ୍ନ କରିବାରେ ୫ ନମ୍ବର ୱାର୍ଡର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ମୁରବି ଓ ସ୍ଥାନୀୟ ଅଧିବାସୀମାନେ ସକ୍ରିୟ ସହଯୋଗର ହାତ ବଢ଼ାଇଥିଲେ। ବିଜୟଚନ୍ଦ୍ରପୁର ମହିଳା ପରିଷଦ ପକ୍ଷରୁ କୁହାଯାଇଛି ଯେ, ସ୍ୱାସ୍ଥ୍ୟ ହେଉଛି ସମାଜର ଅମୂଲ୍ୟ ସମ୍ପଦ। ସାଧାରଣ ଲୋକଙ୍କ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ସଚେତନତା ପହଞ୍ଚାଇବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ପରିଷଦ ପ୍ରୟାସ କରିବ। ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ବିଶେଷଜ୍ଞ ଡାକ୍ତର, ଅତିଥି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ମୁରବି ଏବଂ ୫ ନମ୍ବର ୱାର୍ଡର ସମସ୍ତ ଅଧିବାସୀଙ୍କୁ ବିଜୟଚନ୍ଦ୍ରପୁର ମହିଳା ପରିଷଦ ପକ୍ଷରୁ ହୃଦୟରୁ କୃତଜ୍ଞତା ଜଣାଯାଇଛି।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...