ପୂଜା ମହୋତ୍ସବରେ ନିଆରା ପ୍ରୟାସ : ମିଳିତ ଟ୍ରେଲର ସଂଙ୍ଘ ପକ୍ଷରୁ ସାଧାରଣରେ ବିଭିନ୍ନ ବ୍ୟଞ୍ଜନ ର ମୃଦୁ ପାନୀୟ ବଣ୍ଟନ
sumanta swain | 21 Sep 2026 | 10 min read | 44 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ର ଗଣପର୍ବ ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଆକର୍ଷଣୀୟ ତୋରଣ ଓ ମଣ୍ଡପ ମାନ ନିର୍ମାଣ କରାଯାଇଛି ଯାହାକୁ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି l ପାଗ ଅନୁକୂଳ ଥିବାରୁ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଛି ଯାହାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟ୍ରେଲର ସଂଘର ମିଳିତ ସମନ୍ୱୟ କମିଟି ଏକ ନିଆରା ପ୍ରୟାସ କରିଛି ଯାହାକି ବିଭିନ୍ନ ବ୍ୟଞ୍ଜନ ର ନିଃଶୁଳ୍କ ଥଣ୍ଡା ମୃଦୁ ପାନୀୟ (ମକଟେଲ) ବିତରଣ କରୁଛନ୍ତି l ଏହି ଦାମୀ ମୃଦୁ ପାନୀୟ ମଧ୍ୟରେ ମ୍ୟାଙ୍ଗୋ ଫ୍ଲେବର,ପାଇନାପୁଲ ଫ୍ଲେବର,ଷ୍ଟ୍ରବେରୀ, ବ୍ଲାକବେରୀ, ବ୍ଲୁ ବେରୀ,ଅରେଞ୍ଜ ଓ ଲେମନ ବ୍ୟଞ୍ଜନ ରହିଛି l ଏହି ନିଃଶୁଳ୍କ ସେବା କାଉଣ୍ଟର କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା,ପୌରପାଳିକା ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା,ପାରାଦୀପ ବନ୍ଦର ସମ୍ପଦ ଅଧିକାରୀ ବିଶ୍ୱଜିତ ମିଶ୍ର ଓ ମିଳିତ ସମନ୍ୱୟ କମିଟି ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ସେବା କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟା ରୁ ଆରମ୍ଭ ହୋଇ ରାତ୍ର ୧୧ ଟା ପର୍ଯ୍ୟନ୍ତ ଦୀର୍ଘ ୬ ଦିନ ଧରି ଚାଲିବ l ଏହି ସେବା କାର୍ଯ୍ୟ ଦ୍ୱାରା ହଜାର ହଜାର ଶ୍ରଦ୍ଧାଳୁ ମାନେ ଏହି ମୃଦୁ ପାନୀୟ ପିଇ ଥକା ମେଣ୍ଟାଈ ପାରିବେ l ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ କର୍ମେଶ୍ୱର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ଜେନା, ସତ୍ୟଜିତ ପ୍ରଧାନ,ନଗେନ୍ଦ୍ର ରାଉତ, ସିକନ୍ଦର ବକ୍ସ,ତୁଷାରକାନ୍ତ ଭୋଇ, ଅରକ୍ଷିତ ମାଝି, ଆଲୋକ ରଞ୍ଜନ ଦାସ, ଶ୍ରୀକାନ୍ତ ସାମଲ,ତୃପ୍ତି ରଞ୍ଜନ ପୃଷ୍ଟି, ମନମୋହନ ନାୟକ, ଅରୁଣ ମଙ୍ଗରାଜ,ବିଷ୍ଣୁ ଚରଣ ରାଉତ,ଆଶୁତୋଷ ସ୍ୱାଇଁ, ନିରଞ୍ଜନ ବେହେରା, ଚୌଧୁରୀ ଜୟପ୍ରକାଶ ସ୍ୱାଇଁ, ପ୍ରଭଞ୍ଜନ ସେନାପତି, ରବି ନାରାୟଣ ପ୍ରଧାନ, ରବିନାରାୟଣ ଦାସ, ରାଜେନ୍ଦ୍ର ମାନ୍ନା,ଫକୀର ମୋହନ ସାହାଣୀ ଙ୍କ ସମେତ ସଂଘର ଶତାଧିକ ମାଲିକମାନେ ଉପସ୍ଥିତ ରହିଥଲେ l ତେବେ ଟ୍ରେଲର ମିଳିତ ସମନ୍ୱୟ କମିଟିର ଅଧ୍ୟକ୍ଷ ପ୍ରକାଶ ତ୍ରିପାଠୀ ଙ୍କ ପ୍ରୟାସ ଏବଂ ସଂଘର ଏପରି ସେବା କାର୍ଯ୍ୟକ୍ରମ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l ଚଳିତ ବର୍ଷ ଏହି ନିଃଶୁଳ୍କ ସେବା କାର୍ଯ୍ୟକ୍ରମ ସହ ପ୍ରଥମକରି ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ମହା ଆଡମ୍ବର ସହକାରେ ପାଳନ କରାଯାଉଛି l ଯେଉଁଥିରେ କର୍ତ୍ତl ଭାବେ କର୍ମେଶ୍ୱର ସ୍ୱାଇଁ ଏବଂ କର୍ତ୍ତୀ ଭାବେ ନମିତା ବିଶ୍ୱାଳ ଏକ ବିରାଟ କଳସ ଶୋଭାଯାତ୍ରାରେ ଯାଇ ରୀତି ନୀତି ଅନୁଯାୟୀ କଳସ ବୁଡାଇ ଘଟ ସ୍ଥାପନ କରି ଅଭିଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ପୂଜାର୍ଚନା କରାଯାଇଥିଲା l ସର୍ବ ଶେଷରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା, ସଭ୍ୟ ତଥା ବାହାରୁ ଆସିଥିବା ଶ୍ରଦ୍ଧାଳୁ ମାନେ ପୁଷ୍ପାଞ୍ଜଳି ଦେଇଥିଲେ l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

